Image Courtesy of India TV
ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଯାତ୍ରୀମାନଙ୍କର ଅନେକ ଗୋପନୀୟ ତଥ୍ୟ ଲିକ୍ ହୋଇଯାଇଛି। ନାମ, ଜନ୍ମ ତାରିଖ, ଯୋଗାଯୋଗ ସୂଚନା, ପାସ୍ପୋର୍ଟ ଓ କ୍ରେଡିଟ୍ କାର୍ଡ ତଥ୍ୟ ଆଦି ପ୍ରଘଟ େହାଇଛି। ୨୦୧୧ ଅଗଷ୍ଟରୁ ୨୦୨୧ ଫେବ୍ରୁଆରି ମଧ୍ୟରେ ଯାତ୍ରୀମାନଙ୍କର ଯେଉଁ ତଥ୍ୟ ସଂରକ୍ଷିତ ରଖାଯାଇଥିଲା ତାହା ଲିକ୍ ହୋଇଛି ବୋଲି କଂପାନି ପକ୍ଷରୁ ଯାତ୍ରୀମାନଙ୍କୁ ସୂଚିତ କରାଯାଇଛି। ମାତ୍ର କୌଣସି ପାସ୍ୱାର୍ଡ ତଥ୍ୟ ଲିକ୍ ହୋଇନଥିବା କଂପାନି ସ୍ପଷ୍ଟ କରିଛି। ବିଶେଷ କରି ଏକାଧିକ ଥର ଏୟାର ଇଣ୍ଡିଆରେ ଯାତ୍ରା କରିଥିବା ଯାତ୍ରୀଙ୍କ ତଥ୍ୟ ଲିକ୍ ହୋଇଛି। ପ୍ରାୟ ୪୫ ଲକ୍ଷ ତଥ୍ୟ ପ୍ରଘଟ ହୋଇଛି। କଂପାନି ତରଫରୁ ଏହାର କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ କରାଯାଇଛି। ଯାତ୍ରୀଙ୍କ ତଥ୍ୟ ପ୍ରଘଟ ହେବାରେ ଛଅ ମାସ ଭିତରେ ଏହା ଦ୍ବିତୀୟ ଘଟଣା। ଏହା ପୂର୍ବରୁ ଗତ ଡିସେମ୍ବରରେ ଇଣ୍ଡିଗୋର କେତେକ ସର୍ଭର୍କୁ ହ୍ୟାକ୍ କରାଯାଇଥିଲା। ସେଥିରୁ କିଛି ତଥ୍ୟ ଲିକ୍ େହାଇଥିବ ବୋଲି କଂପାନି ଅନୁମାନ କରୁଛି।
Follow Us