ଭାରତୀୟ ରେଳବାଇ ଛାତ୍ରଛାତ୍ରୀଙ୍କୁ ଟିକେଟ କାଟିବା ସମୟରେ ଦେଉଛି ୧୦୦ପ୍ରତିଶତ ରିହାତି ସୁବିଧା, ଏପରି ଉଠାନ୍ତୁ ଫାଇଦା

Advertisment
ଭାରତୀୟ ରେଳବାଇ ଛାତ୍ରଛାତ୍ରୀଙ୍କୁ ଟିକେଟ କାଟିବା ସମୟରେ ଦେଉଛି ୧୦୦ପ୍ରତିଶତ ରିହାତି ସୁବିଧା, ଏପରି ଉଠାନ୍ତୁ ଫାଇଦା

ଯଦି ଆପଣ ଜଣେ ବିଦ୍ୟାର୍ଥୀ ଓ ରେଲୱେ ଟିକେଟ୍‌ କରିବା ସମୟରେ ଟିକେଟ୍‌ର ପୁରା ଟଙ୍କା ଦେଉଛନ୍ତି, ତେବେ ଜାଣି ରଖନ୍ତୁ ରେଳବାଇ ଛାତ୍ରଛାତ୍ରୀଙ୍କୁ ଟିକେଟ୍‌ ଉପରେ ରିହାତି ଦେଇଥାଏ। ଟ୍ରେନ୍‌ରେ ଯାତ୍ରା ସମୟରେ ଆପଣ ରେଳବାଇର ରିହାତି ସୁବିଧାର ଫାଇଦା ଉଠାଇପାରିବେ ଓ ନିଜ ଟିକେଟ୍‌ରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ଫେରି ପାଇ ପାରିବେ।

publive-image

ତେବେ ଆସନ୍ତୁ ଜାଣନ୍ତୁ କେମିତି ବିଦ୍ୟାର୍ଥୀ ରେଲୱେ ଟିକେଟ୍‌ରେ ଫାଇଦା ଉଠାଇପାରିବେ

ଛାତ୍ରଛାତ୍ରୀଙ୍କ ପାଇଁ ରେଳବାଇ ବହୁତ ଭଲ ରିହାତି ଉପସ୍ଥାପନ କରିଛି । ଏହା ଅନୁସାରେ, ଭାରତୀୟ ରେଳବାଇ ଜେନେରାଲ କ୍ୟାଟେଗୋରୀର ଛାତ୍ରଙ୍କୁ ତାଙ୍କ ଘରକୁ ଯିବା ସମୟରେ ୫୦ପ୍ରତିଶତ ଏବଂ ଏସି/ଏସଟି କ୍ୟାଟେଗୋରୀର ଛାତ୍ରଛାତ୍ରୀଙ୍କୁ ୭୫ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଇଥାଏ। ଛାତ୍ରଛାତ୍ରୀ କେବଳ ଏହି ରିହାତି ସେକେଣ୍ଡେ ଓ ସ୍ଲିପର୍‌ କ୍ଲାସ୍‌ ସିଟ୍‌ରେ ପାଇପାରିବେ।

ଗ୍ରାମାଞ୍ଚଳର ସରକାରୀ ସ୍କୁଲର ଛାତ୍ରଛାତ୍ରୀ ବର୍ଷକୁ ଥରେ ଷ୍ଟଡି ଟୁର୍‌ରେ ୭୫ପ୍ରତିଶତ ରିହାତି ନେଇପାରିବେ । ଯଦି କୈାଣସି ସରକାରୀ ସ୍କୁଲର ଛାତ୍ର ଜାତୀୟ ସ୍ତରର ମେଡିକାଲ, ଇଂଜିନିୟରିଂ ଓ ଅନ୍ୟାନ୍ୟ ପରୀକ୍ଷା ଦେବା ପାଇଁ ଯାଉଛନ୍ତି, ସେତେବେଳେ ବି ତାଙ୍କୁ ଭାରତୀୟ ୭୫ପ୍ରତିଶତ ରିହାତ ଦେଇଥାଏ। ସେହିପରି ରିସର୍ଚ୍ଚ କରୁଥିବା ସ୍କଲାରଙ୍କୁ ବି ଏହି ସୁବିଧା ମିଳିଥାଏ । ୩୫ ବର୍ଷ ପର୍ଯ୍ୟନ୍ତ ରିସର୍ଚ୍ଚ ସ୍କଲାର ନିଜ ରିସର୍ଚ୍ଚ ପାଇଁ ଯଦି ଟ୍ରେନ୍‌ରେ କୁଆଡେ ଯାଉଛନ୍ତି, ତେବେ ସ୍ଲିପର କ୍ଲାସ ଟିକେଟ୍‌ରେ ୫୦ ପ୍ରତିଶତ ରିହାତ ପାଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe