ନୂଆଦିଲ୍ଲୀ: କାର୍ କଂପାନିଗୁଡ଼ିକ ପକ୍ଷରୁ ବିଭିନ୍ନ ମଡେଲ୍ ଉପରେ ବିପୁଳ ପରିମାଣର ରିହାତି ଘୋଷଣା କରାଯାଇଛି। ଡିସେମ୍ବର ମାସରେ ଯେଉଁ ଗ୍ରାହକମାନେ କାର୍ କିଣିବେ ସେମାନଙ୍କୁ ଏହି ରିହାତି ମିଳିବ। ଛୋଟ କାର୍ ମାରୁତି ସୁୁଜୁକି ଅଲ୍ଟୋଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ଅଡି କାର୍ ପର୍ଯ୍ୟନ୍ତ ସବୁ ପ୍ରକାର କାର୍ ଉପରେ ମିଳୁଛି ରିହାତି। ରିହାତିର ପରିମାଣ କାର୍ ମଡେଲ୍ ଏବଂ କଂପାନିକୁ ନେଇ ଭିନ୍ନ ଭିନ୍ନ ରହିଛି। ମାରୁତି ସୁଜୁକି ଅଲ୍ଟୋ ଉପରେ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଅଡି ଏ୬ ଉପରେ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, କ୍ୟୁ୩ ଉପରେ ୩.୪୧ ଲକ୍ଷ ଟଙ୍କା ଓ ଏ୩ ମଡେଲ୍ ଉପରେ ୫ ଲକ୍ଷ ଟଙ୍କାର ରିହାତି ପ୍ରଦାନ କରାଯାଉଛି। ୨୦୧୭ରେ ଗ୍ରାହକମାନେ ଅଡି କାର୍ କିଣି ୨୦୧୯ରୁ ପେମେଣ୍ଟ୍ ଦେବା ଆରମ୍ଭ କରିପାରିବେ। ମାରୁତି ସୁଜୁକି ଓ୍ଵାଗନ୍ଆର୍ ଉପରେ ୩୦-୪୦ ହଜାର ଟଙ୍କା, ସ୍ୱିଫ୍ଟ ଉପରେ ୧୫-୨୫ ହଜାର ଟଙ୍କା ଏବଂ ଡିଜେଲ୍ ସିଆଜ୍ ଉପରେ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ହୁଣ୍ଡାଇ ପକ୍ଷରୁ ଇଅନ୍ ଉପରେ ୬୫ ହଜାର ଟଙ୍କା ପର୍ଯ୍ୟନ୍ତ ସୁବିଧା ପ୍ରଦାନ କରାଯାଉଛି। ଗ୍ରାଣ୍ଡ୍ ଆଇ୧୦ ଉପରେ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ, ଇଲାଇଟ୍ ଆଇ୨୦ ଉପରେ ୫୫ ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ ଏକ୍ସସେଣ୍ଟ୍ ଉପରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଟାଟା ମୋଟରସ୍ ପକ୍ଷରୁ ଟିଗୋର୍ ଉପରେ ୩୨ ହଜାର ଟଙ୍କା ପର୍ଯ୍ୟନ୍ତ ଓ ହେସ୍କା ଏସୟୁଭି ଉପରେ ୭୮ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଟିଆଗୋ ଉପରେ ୨୬ ହଜାର ଟଙ୍କାର ସୁବିଧା ପ୍ରଦାନ କରାଯାଉଛି।
କାର୍ ଉପରେ ବିପୁଳ ରିହାତି: ୩୫ ହଜାରରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି
Advertisment
Follow Us