ଫ୍ଲିପକାର୍ଟ ସେଲ : ବିମାନ ଟିକେଟ ଭଡ଼ାରେ ଦମଦାର ରିହାତି !

ଫ୍ଲିପକାର୍ଟ ସେଲ ଅବସରରେ ଗ୍ରାହକଙ୍କୁ କିଛି ସ୍ବତନ୍ତ୍ର କୁପନ କୋର୍ଡ ପ୍ରଦାପ କରାଯାଇଛି। ଏହି କୁପନକୁ ଆପଣାଇ ଗ୍ରାହକ ବିମାନ ଟିକେଟ ମୂଲ୍ୟରେ ରିହାତି ପାଇ ପାରିବେ। ସେହିପରି ଫ୍ଲିପକାର୍ଟ ସେଲ ଆଧାରରେ ଘରୋଇ ବିମାନ ଟିକେଟ କିଣୁଥିବା ଗ୍ରାହକଙ୍କୁ ବି ଫାଇଦା ମିଳିବ।

8dcc544e-3015-4284-bbc8-297be98ac2db

ନୂଆଦିଲ୍ଲୀ: ଫ୍ଲିପକାର୍ଟ ବିଗ୍ ବିଲିୟନ ଡେଜ୍ ସେଲ୍ ୨୦୨୫ ସାରା ଦେଶର ଗ୍ରାହକମାନଙ୍କ ପାଇଁ ଉପଲବ୍ଧ। ଏହି ସେଲ୍ ସ୍ମାର୍ଟଫୋନ୍, ଟିଭି ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦ ଉପରେ ଅନେକ ରିହାତି ପ୍ରଦାନ କରୁଛି। 

କମ୍ପାନି ଫ୍ଲାଇଟ୍ ବୁକିଂ ଉପରେ ମଧ୍ୟ ବଡ଼ ରିହାତି ପ୍ରଦାନ କରୁଛି। ଯଦି ଆପଣବି ବିମାନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ଫ୍ଲିପକାର୍ଟ ମାଧ୍ୟମରେ ଆପଣଙ୍କର ଫ୍ଲାଇଟ୍ ଟିକେଟ୍ ବୁକ୍ କରିପାରିବେ। 

ଫ୍ଲାଇଟ ଟିକେଟର ବୁକିଂ ବ୍ୟାନର ଉପରେ ଫ୍ଲିପକାର୍ଟ ସେଲର ଏକ ଟ୍ୟାଗ ଲାଗିଛି। ଏଥିରେ ଟିକେଟ ଉପରେ ୨୦ପ୍ରତିଶତ ପର୍ଯ୍ୟନ୍ତ ରିହାତି ଓ ଅନେକ ଅଫର ମିଳୁଛି।ଫ୍ଲିପକାର୍ଟ ସେଲ ଏକ ଅଫରର ‌ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ, ଗ୍ରାହକ ଅନ୍ତର୍ଜାତୀୟ ବିମାନ ଟିକେଟ ଭଡ଼ା ଉପରେ ଅତିବେଶୀରେ ୨୫ପ୍ରତିଶତ ପର୍ଯ୍ୟନ୍ତ ସଞ୍ଚୟ କରି ପାରିବେ।  

ସେହିପରି ଫ୍ଲିପକାର୍ଟ ସେଲ ଆଧାରରେ ଘରୋଇ ବିମାନ ଟିକେଟ କିଣୁଥିବା ଗ୍ରାହକଙ୍କୁ ବି ଫାଇଦା ମିଳିବ।  କିଛି ସ୍ପେଶାଲ କୋଡ ବ୍ୟବହାରକରି ଗ୍ରାହକମାନେ ଅତିବେଶୀରେ ଟିକେଟ ମୂଲ୍ୟରେ ୩ହଜାର ଟଙ୍କାା ପର୍ଯ୍ୟନ୍ତ ଛାଡ଼ ପାଇ ପାରିବେ। କେବଳ ଏତିକି ନୁହେଁ ଫ୍ଲିପକାର୍ଟ ସେଲରୁ ଏକ୍ସସିସ ବ୍ୟାଙ୍କର କାର୍ଡରୁ ଟିକେଟ ବୁକ କଲେ ୫ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ରିହାତି ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe