ରିଜର୍ଭ ବ୍ୟାଙ୍କ ଲାଭାଂଶ ନେଇ ପୁଣି ଚର୍ଚା

Advertisment

ସରକାର ମାଗୁଛନ୍ତି ୪୦ ହଜାର କୋଟି

ସରକାର ମାଗୁଛନ୍ତି ୪୦ ହଜାର କୋଟି

ରିଜର୍ଭ ବ୍ୟାଙ୍କକୁ ସରକାର ମାଗିଲେ, ୨୭ ହଜାର କୋଟି

ମୁମ୍ବାଇ: ସରକାରଙ୍କୁ ରିଜର୍ଭ ବ୍ୟାଙ୍କ କେତେ ଲାଭାଂଶ ପ୍ରଦାନ କରିବ ତାହାକୁ ନେଇ ଆଜି ପୁଣି ଥରେ ଚର୍ଚା ଆରମ୍ଭ ହୋଇଛି। ଅତୀତରେ ଲାଭାଂଶକୁ ନେଇ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା ଓ ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ୍‌ଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।
ପୂର୍ବବର୍ଷ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ୧୦ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ସରକାର ଏହାର ତିନି ଚାରି ଗୁଣ ଅଧିକ ଅନ୍ତରୀଣ ଲାଭାଂଶ ଚାହୁଁଛନ୍ତି। ବିତ୍ତୀୟ ନିଅଣ୍ଟକୁ ଜିଡିପିର ୩.୩% ଭିତରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଠାରୁ ସରକାର ଏହି ପାଣ୍ଠି ଚାହୁଁଛନ୍ତି। ଏଥର ରିଜର୍ଭ ବ୍ୟାଙ୍କ ୪୦ ହଜାର କୋଟି ଟଙ୍କାର ଲାଭାଂଶ ଦେବ ବୋଲି ଚର୍ଚା ହେଉଛି। କିନ୍ତୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଲାଭାଂଶ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ବୋର୍ଡ ଯେଉଁ ନିଷ୍ପତ୍ତି ନେବ ତାହାକୁ ସାର୍ବଜନୀନ କରାଯିବ। ମୋଟ ଉପରେ ଗତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ୫୦ ହଜାର କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଥିଲା। ରିଜର୍ଭ ବ୍ୟାଙ୍କ ବଣ୍ଡ୍‌ ଓ ମୁଦ୍ରାରେ କାରବାର କରି କୋଟି କୋଟି ଟଙ୍କା ଆୟ କରିଥାଏ। ତାହାର କିଛି ଭାଗ ନିଜ ଭଣ୍ଡାରରେ ରଖିବା ପରେ ବଳକା ଅର୍ଥକୁ ଲାଭାଂଶ ଆକାରରେ ସରକାରଙ୍କୁ ଦେଇଦିଏ। ଶେଷ ଥର ପାଇଁ ୨୦୧୪-୧୫‌ରେ ରିଜର୍ଭ ବ୍ୟାଙ୍କ ୬୫,୯୦୦ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଥିଲା। ୨୦୧୭-୧୮ରେ ଅନ୍ତରୀଣ ଓ ଚୂଡ଼ାନ୍ତ ଲାଭାଂଶକୁ ମିଶାଇ ରିଜର୍ଭ ବ୍ୟାଙ୍କ ୫୦ ହଜାର କୋଟି ଟଙ୍କା ଦେଇଥିଲା। ଏଥର କିନ୍ତୁ ସରକାର ଏହା ଠାରୁ ୭୦-୮୦ ହଜାର କୋଟି ଟଙ୍କାର ଲାଭାଂଶ ପାଇବାକୁ ଚାହୁଁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe