ଏମଏସଏମଇର ଉତ୍ପାଦକତା ବୃଦ୍ଧି ଉପରେ ଆଲୋଚନା

Advertisment
ଓଡ଼ିଶା ପାଇଁ ସିଡ୍‌ବି ମଞ୍ଜୁର କଲା ୧,୦୦୦ କୋଟି: ୩ ଏମ୍‌ଏସ୍‌ଏମ୍‌ଇ ପାର୍କ, ୧୧ ଶ୍ରମିକ ହଷ୍ଟେଲ୍‌ ତିଆରି ହେବ

KNN India

ଭୁବନେଶ୍ବର : କରୋନା ଯୋଗୁ ପ୍ରଭାବିତ ହୋଇଥିବା ହୋଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ କ୍ଷେତ୍ରର ଉଦ୍ୟୋଗ (ଏମଏସଏମଇ)ଗୁଡ଼ିକ ମୂଲ୍ୟଯୁକ୍ତ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିଯୋଗିତାମୂଳକ କରିବା ଏବଂ ସେମାନଙ୍କ ଉତ୍ପାଦକତା ବଢ଼ାଇବା ପାଇଁ ଏହା କରାଯାଉଛି। ସ୍ଥାନୀୟ ଅର୍ଥନୀତିର ବିକାଶ ସହିତ ଉତ୍ତମମାନର ଅଧିକ ନିଯୁକ୍ତି ସୃଷ୍ଟି ଏହାର ଲକ୍ଷ୍ୟ। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ସହ ମିଶି ଏକ ଆଲୋଚନାଚକ୍ର ଆୟୋଜନ କରିଥିଲା।

ଉକ୍ତ ଆଲୋଚନାଚକ୍ରକୁ କୋରିଆ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସି (କେଓଆଇସିଏ) ସହାୟତା କରିଥିଲା। ଏଥିରେ କେନ୍ଦ୍ର ଏମଏସଏମଇ ବିଭାଗ ସଚିବ ବିବି ସ୍ବାଇଁ, ଆନ୍ଧ୍ର ପ୍ରଦେଶର ସ୍ବତନ୍ତ୍ର ମୁଖ୍ୟ ସଚିବ, ଶିଳ୍ପ ଓ ବାଣିଜ୍ୟ ବିଭାଗ କେ ଭାଲାଭେନ, ଓଡ଼ିଶା ଏମଏସଏମଇ ବିଭାଗର ପ୍ରମୁଖ ସଚିବ ରଂଜନା ଚୋପ୍ରା, ଆଇଏଲଓର ନିର୍ଦ୍ଦେଶ ଡଗ୍‌ମାର ୱାଲଟର ପ୍ରମୁଖ ଯୋଗଦେଇ ‌ସେମାନଙ୍କ ସୁଚିନ୍ତିତ ମତ ରଖିଥିଲେ। ଆଲୋଚନା ଦକ୍ଷିଣ କୋରିଆ, ଭିଏତନାମ, ଇଣ୍ଡୋନେସିଆ ଏବଂ ବାଂଲାଦେଶର ଅର୍ଥନୀତି ଉପରେ ପର୍ଯ୍ୟବସିତ ଥିଲା। ସେଗୁଡ଼ିକ କିଭଳି ଭାରତ, ବିଶେଷକରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଅର୍ଥନୈତିକ ବିକାଶ ମଡେଲ ସ୍ଥାପନରେ ସହାୟକ ହେବ ତାହା ଉପରେ ବକ୍ତାମାନେ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe