ଚାଲିଛି ବିଚାରବିମର୍ଶ: ୪ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ହେବ

Advertisment

୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ପୁଞ୍ଜି ବଜାର ନିୟାମକ ସେବି ଦ୍ବାରା ଧାର୍ଯ୍ୟ ନିୟମକୁ ପାଳନ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେବେ ବୋଲି ଏକ ସୂତ୍ରରୁ ଜଣାଯାଇଛି।

୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ପୁଞ୍ଜି ବଜାର ନିୟାମକ ସେବି ଦ୍ବାରା ଧାର୍ଯ୍ୟ ନିୟମକୁ ପାଳନ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେବେ ବୋଲି ଏକ ସୂତ୍ରରୁ ଜଣାଯାଇଛି।

dgjgdgjdjg

ନୂଆଦିଲ୍ଲୀ: ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ପୁଞ୍ଜି ବଜାର ନିୟାମକ ସେବି ଦ୍ବାରା ଧାର୍ଯ୍ୟ ନିୟମକୁ ପାଳନ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେବେ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଆଗାମୀ ଦିନ‌ରେ କେନ୍ଦ୍ର କ୍ୟାବିନେଟ୍‌ରେ ଏ ନେଇ ପ୍ରସ୍ତାବ ଅର୍ଥ ମନ୍ତ୍ରାଳୟ ଉପସ୍ଥାପନ କରିବା ସମ୍ଭାବନା ରହିଛି। ଯେଉଁ ୪ଟି ବ୍ୟାଙ୍କର ପୁଞ୍ଜି ପ୍ରତ୍ୟାହାର କରିବା ନେଇ ସରକାର ଯୋଜନା କରୁଛନ୍ତି ସେଗୁଡ଼ିକ ହେଲା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ପଞ୍ଜାବ୍‌ ଆଣ୍ଡ୍‌ ସିନ୍ଦ୍‌ ବ୍ୟାଙ୍କ। 
ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଭାରତ ସରକାରଙ୍କର ୯୩ ପ୍ରତିଶତରୁ ଅଧିକ ଅଂଶଧନ ରହିଛି। ସେହିଭଳି ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ୯୬.୪ ପ୍ରତିଶତ, ୟୁକୋ ବ୍ୟାଙ୍କରେ ୯୫.୪ ପ୍ରତିଶତ, ପଞ୍ଜାବ୍‌ ଆଣ୍ଡ୍‌ ସିନ୍ଦ୍‌ ବ୍ୟାଙ୍କରେ ୯୮.୩ ପ୍ରତିଶତ ଅଂଶଧନ ସେପ୍ଟେମ୍ବର ଶେଷ ସୁଦ୍ଧା ରହିଛି। ସେବିର ନିୟମ ମୁତାବକ ତାଲିକାଭୁକ୍ତ କମ୍ପାନିଗୁଡ଼ିକରେ ପବ୍ଲିକ୍ ଅଂଶଧନ ୨୫ ପ୍ରତିଶତ ରହିବା ଆବଶ୍ୟକ। କିନ୍ତୁ ସରକାରଙ୍କ ଅଧୀନରେ ପରିଚାଳିତ ସଂସ୍ଥାଙ୍କ ପାଇଁ ଏହି ନିୟମକୁ ୨୦୨୬ ଅଗଷ୍ଟ ପର୍ଯ୍ୟନ୍ତ ଛାଡ଼ କରାଯାଇଛି। ସରକାର ଏହି ସମୟସୀମା ମଧ୍ୟରେ ଉକ୍ତ ନିୟମ ପାଳନ କରିବାକୁ ସକ୍ଷମ ହେବେ କିମ୍ବା ସମୟ ବୃଦ୍ଧି ପାଇଁ ଅନୁରୋଧ କରିବେ ତାହା ସ୍ପଷ୍ଟ ହୋଇନାହିଁ। 

କିନ୍ତୁ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବଜାର ସ୍ଥିତିକୁ ଆଧାର କରି କେବେ ଏବଂ କେତେ ପୁଞ୍ଜି ପ୍ରତ୍ୟାହାର ହେବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ। ନିଜ ପରିଚୟ ଗୋପନ ରଖି ଅଧିକାରୀ ଜଣକ ଏହି ସୂଚନା ଦେଇଛନ୍ତି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ କୌଣସି ମତାମତ ତୁରନ୍ତ ମିଳିପାରିନାହିଁ। ପୁଞ୍ଜି ପ୍ରତ୍ୟାହାର ଖବର ପ୍ରକାଶ ପାଇବା ପରେ ଆଲୋଚ୍ୟ ବ୍ୟାଙ୍କଗୁଡ଼ିକର ସେୟାର ମୂଲ୍ୟରେ ୩-୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଅତୀତରେ ସରକାରୀ ବ୍ୟାଙ୍କଗୁଡ଼ିକ ଯୋଗ୍ୟ ସଂସ୍ଥାଗତ ପ୍ଲେସ୍‌ମେଣ୍ଟ୍‌ (କ୍ୟୁଆଇପି) ଜରିଆରେ ପାଣ୍ଠି ହାସଲ କରିଥିଲେ। ଫଳରେ ସେହି ବ୍ୟାଙ୍କଗୁଡ଼ିକରେ ସରକାରୀ ଅଂଶଧନ କମ୍ ହୋଇଥିଲା। ସେପ୍ଟେମ୍ବରରେ କ୍ୟୁଆଇପି ଜରିଆରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ୫୦୦୦ କୋଟି ଟଙ୍କା ଓ ଅକ୍ଟୋବରରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ୩୫୦୦ କୋଟି ଟଙ୍କା ସଂଗ୍ରହ କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe