ଏବେ ଜିଓ ସିନେମା ଆପରେ ଦେଖିପାରିବେ ଡିସନୀର ଲୋକପ୍ରିୟ ଚଳଚ୍ଚିତ୍ର

Advertisment
ଏବେ ଜିଓ ସିନେମା ଆପରେ ଦେଖିପାରିବେ ଡିସନୀର ଲୋକପ୍ରିୟ ଚଳଚ୍ଚିତ୍ର

ରିଲାଏନ୍ସ ଜିଓ ର ଡିଜିଟାଲ ଆପ ଜିଓ-ସିନେମା ଏବଂ ଡିସନୀ ଇଣ୍ଡିଆ ଏବେ ମିଳିତ ଭାବରେ ସବୁ ବୟସର ଲୋକମାନଙ୍କ ପାଇଁ ଡିସନୀ, ପିକସର, ମର୍ଭେଲ ଓ ଲୁକାଶ ଫିଲ୍ମ ଭଳି ଲୋକପ୍ରିୟ କାହାଣୀ ଓଚରିତ୍ର ସବୁକୁ ଜିଓ ଉପଭୋକ୍ତାମାନଙ୍କୁ ପ୍ରଦାନ କରିବେ । ପ୍ରଥମଥର ପାଇଁ ଜିଓ-ସିନେମା ଆପର ହୋମ ପୃଷ୍ଠାରେ ଏକ ସ୍ୱତନ୍ତ୍ର ଡିସନୀ ସେକ୍ସନ ରହିବ ଯେଉଁଥିରେ ସିନେମା, ଆନିମେସନ, ଧାରାବାହିକଏବଂ ସର୍ଟସ ବା କ୍ଷୁଦ୍ର ସିନେମା ଭଳି ବ୍ୟାପକ ବର୍ଗରେ ମନୋରଞ୍ଜନ କଣ୍ଟେଣ୍ଟ ଉପଲବ୍ଧ ହେବ ।

ଏହି ସହଭାଗିତା ଫଳରେ ଜିଓ ଉପଭୋକ୍ତାମାନେ ଏବେ ଡିସନୀର କ୍ଲାସିକ ଗୁଡିକଠାରୁ ଆରମ୍ଭ କରି ପିକସର ଆନିମେସନ, ମରବେଲର ସିନେମା ଏବଂ ଷ୍ଟାର ୱାରସ ଭଳି କାହାଣୀ ସମେତ ଅନ୍ତର୍ଜାତୀୟଓ ସ୍ଥାନୀୟ ଭାବେ ନିର୍ମିତ ଅନେକ ମନୋରଞ୍ଜନଧର୍ମୀ କଣ୍ଟେଣ୍ଟ ଏକାସାଙ୍ଗରେ ଉପଭୋଗ କରିପାରିବେ | ସମ୍ପୂର୍ଣ୍ଣ ପରିବାର ପାଇଁ ସବୁ ପ୍ରକାରର କଣ୍ଟେଣ୍ଟ ଉପଲବ୍ଧ ହେଉଥିବା ଏହି ଆପରେ ପିଲା ଏବଂକିଶୋରମାନଙ୍କ ପାଇଁ ବିବିଧ ଧାରାବାହିକ ଓ ସିନେମା ସହିତ 'ମରବେଲ କିଡ଼ସ ଆନିମେସନ ସୋ' ର ବିଭିନ୍ନ ଅଧ୍ୟାୟ ରହିଛି । ଏଥିସହିତ ଦର୍ଶକମାନେ ଡିସନୀ, ମରବେଲ, ପିକସର କିମ୍ବା ଷ୍ଟାରୱାରସର ଲୋକପ୍ରିୟ ଚରିତ୍ର ମିକି ମାଉସ, କ୍ୟାପଟେନ ଆମେରିକା ଓ ମ୍ୟାକକ୍ୱିନ ଭଳି ନିଜ ପସନ୍ଦର ଯେକୌଣସି ଚରିତ୍ର ଆଧାରିତସମସ୍ତ ସିନେମା ଓ କଣ୍ଟେଣ୍ଟ ଏକାଠି କରି ଦେଖିପାରିବେ ।

publive-image

ଜିଓ ସିନେମାରେ ଏବେ ଉପଲବ୍ଧ ହେଉଥିବା ଡିସନୀର ଲୋକପ୍ରିୟ କାହାଣୀଗୁଡ଼ିକ ମଧ୍ୟରେ ଅଛି ଜଙ୍ଗଲ ବୁକ, ଦି ଲାୟନ କିଙ୍ଗ ଏବଂ ସିଣ୍ଡ୍ରେଲା, ସ୍ନୋ ହ୍ୱାଇଟ ଓ ସେଭେନ ଡୁଆରଫ, ସ୍ଲିପିଙ୍ଗ ବିଉଟିଇତ୍ୟାଦି | ଆନ୍ତର୍ଜାତୀୟ କଣ୍ଟେଣ୍ଟ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଏଥିରେ ରହିଛି ହାନା ମୋନଟନା, ଡ଼ିସେଣ୍ଡଣ୍ଟସ ଭଳି ଲୋକପ୍ରିୟ ଅରିଜିନାଲ ସିନେମା ଏବଂ ଅନେକ କିଛି | ସେହିଭଳି ଷ୍ଟାର ୱାରୟୂନିଭର୍ସର ଶ୍ରେଷ୍ଠ ସିନେମା ସମୂହ, ଆଇରନ ମ୍ୟାନ, ଥର, କ୍ୟାପଟେନ ଆମେରିକା - ଦି ଫାଷ୍ଟ ଅଭେଞ୍ଜର ଆଦି ସୁପର ହିରୋ ମାନକ କାହାଣୀର ସିନେମା ଓ ଆନିମେସନ ଧାରାବାହିକ ଏଥିରେଉପଲବ୍ଧ ହେଉଛି । ବିଗତ ନବେ ବର୍ଷ ମଧ୍ୟରେ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୫୦ରୁ ଉର୍ଧ୍ଵ ସିନେମା ଜିଓ-ସିନେମାରେ ଉପଲବ୍ଧ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe