ଇଣ୍ଟରନେଟ୍‌ରେ ବିଭ୍ରାଟ, ବହୁ ୱେବ୍‌ସାଇଟ୍‌ ଅଚଳ

Advertisment
ଇଣ୍ଟରନେଟ୍‌ରେ ବିଭ୍ରାଟ, ବହୁ ୱେବ୍‌ସାଇଟ୍‌ ଅଚଳ

www.highspeedinternet.com

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ରେ ଆଜି ବଡ଼ ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା। ବିଶ୍ବର ଅନେକ ପ୍ରମୁଖ ୱେବସାଇଟ୍ ହଠାତ୍‌ ଅଚଳ ହୋଇଯାଇଥିଲା। ସରକାରୀ, ଖବର ପୋର୍ଟାଲ୍‌ ଓ ସୋସିଆଲ ମିିଡିଆ ୱେବସାଇଟ୍‌ଗୁଡ଼ିକ କିଛି ସମୟ ପାଇଁ ଅଚଳ ହେବା ପରେ ପୁଣି ସ୍ବାଭାବିକ ହୋଇଥିଲା। ଫାଷ୍ଟଲି ନାମକ ଆମେରିକାର ଏକ କ୍ଲାଉଡ୍‌ କଂପାନି ପାଇଁ ଏଭଳି ବିଭ୍ରାଟ ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି। ଭାରତରେ କେଉଁ ୱେବ୍‌ସାଇଟ୍‌ ପ୍ରଭାବିତ ହୋଇଥିଲା ତାହା ଜଣାପଡ଼ିବନି।

ସାରା ବିଶ୍ବରେ ବହୁଳ ବ୍ୟବହୃତ ହେଉଥିବା ୱେବସାଇଟ୍‌ ଯଥା ରେଡିଟ୍, ଆମାଜନ୍, ସିଏନ୍‌ଏନ୍, ପେପାଲ୍‌, ସ୍ପଟିଫାଏ, ଅଲ୍‌ ଜଜିରା ମିଡିଆ ନେଟ୍‌ୱର୍କ ଓ ନ୍ୟୁୟର୍କ ଟାଇମ୍‌ସର ୱେବସାଇଟ୍ ଠିକ୍ ଭାବେ କାମ କରିନଥିଲା। କିଛି ମିନିଟ୍‌ରୁ ଆରମ୍ଭ କରି ଏକ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ୱେବସାଇଟ୍‌ରେ ଏହି ସମସ୍ୟା ରହିଥିଲା ବୋଲି ଡାଉନ୍‌ଡିଟେକ୍ଟର ‌ନାମକ ୱେବସାଇଟ୍‌ରୁ ଜଣାପଡ଼ିଛି। ଏହି ବିଭ୍ରାଟ ବିଷୟରେ ଜଣାପଡ଼ିବା ପରେ ଫାଷ୍ଟଲି ତରଫରୁ ତୁରନ୍ତ ସମସ୍ୟାକୁ ଚିହ୍ନଟ କରାଯିବା ସହ ତାହାର ସମାଧାନ କରାଯାଇଛି। ଫାଷ୍ଟ୍‌ଲି ହେଉଛି ସାରା ବିଶ୍ବରେ ବହୁଳ ଭାବେ ବ୍ୟବହାର ହେଉଥିବା ଏକ କ୍ଲାଉଡ୍‌ ଭିତ୍ତିକ କ‌ଣ୍ଟେଣ୍ଟ୍‌ ଡେଲିଭରି ନେଟ୍‌ୱର୍କ। ଏହି ସଂସ୍ଥା ୱେବସାଇଟ୍‌ଗୁଡ଼ିକ ଭିଡ଼ କମ୍ ଥିବା ରୁଟ୍ ଜରିଆରେ ସେମାନଙ୍କ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରୁଛି। ବ୍ରିଟେନ୍‌ର ଆଟର୍ଣ୍ଣି ଜେନେରାଲ୍ ଟୁଇଟ୍‌ କରି ଜଣାଇଥିଲେ ଯେ ଗଭ୍ ଡଟ୍‌ ୟୁକେ ୱେବସାଇଟ୍‌ ଡାଉନ୍ ରହିଛି। ନାଗରିକମାନେ କୋଭିଡ୍-୧୯ ଟିକାକରଣ ଲାଗି ବୁକିଙ୍ଗ କରିବା ବେଳେ ସମସ୍ୟା ସାମ୍ନା କରୁଛନ୍ତି। ନିଉଜ୍ ପୋର୍ଟାଲ୍‌ଗୁଡ଼ିକ ଅଚଳ ହୋଇପଡ଼ିବା ପରେ ସେମାନେ ବିକଳ୍ପ ମାଧ୍ୟମରେ ଖବର ପ୍ରକାଶ କରିଥିଲେ। ବିଶ୍ବର ଲୋକପ୍ରିୟ ୱେବସାଇଟ୍‌ ଭର୍ଜ ତରଫରୁ ଗୁଗୁଲ୍‌ ଡକ୍ସ ଜରିଆରେ ଖବର ପ୍ରକାଶ କରାଯାଇଥିଲା।

ସେହିପରି ବ୍ରିଟେନ୍‌ର ଗାର୍ଡିୟାନ ତରଫରୁ ସମସ୍ୟା ବିଷୟରେ ଟ୍ବିଟରରେ ସୂଚନା ଦିଆଯାଇଥିଲା। ରେଡିଟ୍‌ର ପ୍ରାୟ ୨୧ ହଜାର ଓ ଆମାଜନ୍‌ର ୨ ହଜାରରୁ ଅଧିକ ବ୍ୟବହାରକାରୀ ସମସ୍ୟା ସାମ୍ନା କରିଥିଲେ। ଫାଇନାନ୍ସିଆଲ ଟାଇମ୍‌ସ, ଦି ଗାଡିୟାନ, ଦି ନ୍ୟୁୟର୍କ ଟାଇମସ୍ ଓ ବ୍ଲୁମ୍‌ବର୍ଗ ନିଉଜ୍ ଭଳି ଖବର ପ୍ରକାଶ କରୁଥିବା ସଂସ୍ଥାର ୱେବସାଇଟ୍‌ ମଧ୍ୟ ପ୍ରଭାବିତ ହୋଇଥିଲା। ଭାରତୀୟ ସମୟ ଗତକାଲି ରାତି ଗୋଟାଏ ୧୮ ମିନିଟ୍‌ରୁ ଏହି ସମସ୍ୟା ଆରମ୍ଭ ହୋଇଥିଲା। ଫାଷ୍ଟଲିର ସିଡିଏନ୍‌ ସର୍ଭର‌ରେ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିଲା। ବିଶ୍ବର ଅଧିକାଂଶ ୱେବସାଇଟ୍‌ରେ 'ଏରର' ମେସେଜ୍ ଦେଖାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe