ଏଲ୍‌ପିଜି ବୁକିଂରେ ମିଳିବ ବିତରକ ଚୟନ ସୁବିଧା

Advertisment
ଏଲ୍‌ପିଜି ସିଲିଣ୍ଡରରେ ୪୦ ଲକ୍ଷର ବୀମା

Dailyhunt

ନୂଆଦିଲ୍ଲୀ: ଏଲ୍‌ପିଜି ସିଲିଣ୍ଡର ରିଫିଲ୍‌ କରିବା ଲାଗି ବୁକିଂ କରିବା ସମୟରେ ଗ୍ରାହକମାନଙ୍କୁ ଖୁବ୍‌ଶୀଘ୍ର ନିଜ ମନ ପସନ୍ଦର ବିତରକ ଚୟନ କରିବାର ସୁବିଧା ମିଳିବ। ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଚଣ୍ଡିଗଣ୍ଡ, କୋଏମ୍ବାଟୁର, ଗୁରୁଗାଓଁ, ରାଞ୍ଚି ଓ ପୁନେରେ ଆରମ୍ଭ କରାଯିବ। ଏହି ନୂଆ ବ୍ୟବସ୍ଥାରେ ଗ୍ରାହକମାନେ ମୋବାଇଲ୍ ଆପ୍ କିମ୍ବା କଂପାନି ୱେବସାଇଟ୍‌ରେ ବୁକିଙ୍ଗ୍ କରିବା ବେଳେ ସେମାନଙ୍କୁ ବିତରକମାନଙ୍କ ଏକ ତାଲିକା ପ୍ରଦାନ କରାଯିବ। ସେଥିରେ ବିତରକମାନଙ୍କ ପ୍ରଦର୍ଶନର ରେଟିଂ ରହିଥିବ। ସେହି ତାଲିକାରୁ ଗ୍ରାହକ ଜଣକ ରିିଫିଲ୍‌ ବୁକିଂ ପାଇଁ ନିଜ ପସନ୍ଦର ବିତରକ ଚୟନ କରିପାରିବେ। ତେବେ କେବଳ ନିଜ ଅଂଚଳର ବିତରକ ହିଁ ଚୟନ କରିହେବ। ‌

ପେଟ୍ରୋଳିୟମ୍ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ଏହି ସୁବିଧା ଆରମ୍ଭ ହେବା ପରେ ତାହା ଗ୍ରାହକମାନଙ୍କୁ ସଶକ୍ତ କରିବ। ସେମାନେ କେବଳ ନିଜ ପସନ୍ଦର ବିତରକ ଚୟନ କରିପାରିବେ ତାହା ନୁହେଁ ବିତରକମାନଙ୍କ ମଧ୍ୟରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହେବ। ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଲାଗି ସେମାନେ ଉଦ୍ୟମ କରିବେ। ଦେଶର ତିନି ସରକାରୀ ଏଲ୍‌ପିଜି ବିତରକ ଇଣ୍ଡେନ, ଭାରତ ଗ୍ୟାସ୍ ଓ ଏଚ୍‌ପି ଗ୍ୟାସ୍ ତରଫରୁ ଗ୍ରାହକମାନଙ୍କୁ ଅନେକ ପ୍ରକାର ସେବା ଅନଲାଇନ୍‌ରେ ଯୋଗାଇ ଦେଉଛନ୍ତି। ଅନଲାଇନ୍‌ରେ ଗ୍ରାହକମାନେ ରିଫିଲ୍ ବୁକିଂ କରିପାରୁଥିବା ବେଳେ ନିଜ ଗ୍ୟାସ୍‌ ସଂଯୋଗକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ମଧ୍ୟ ଆବେଦନ କରିପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe