ଦିୱାଲି ବୋନାଞ୍ଜା ଅଫର ଘୋଷଣା: କଲ୍ୟାଣ ଜୁଏଲର୍ସର ‌୨ଟି ନୂଆ ସୋ’ରୁମ୍

Advertisment

ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସ ପକ୍ଷରୁ ରାଜ୍ୟରେ ଦୁଇଟି ନୂଆ ସୋ’ରୁମ୍‌ ଖୋଲାଯାଇଛି। ଭୁବନେଶ୍ବରର ସୌଭାଗ୍ୟନଗର ଓ ଝାରସୁଗୁଡ଼ାର ସରବାହାଲ୍‌ରେ ଏହି ଦୁଇ ସୋ’ରୁମ୍‌ ଖୋଲାଯାଇଛି।

ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସ ପକ୍ଷରୁ ରାଜ୍ୟରେ ଦୁଇଟି ନୂଆ ସୋ’ରୁମ୍‌ ଖୋଲାଯାଇଛି। ଭୁବନେଶ୍ବରର ସୌଭାଗ୍ୟନଗର ଓ ଝାରସୁଗୁଡ଼ାର ସରବାହାଲ୍‌ରେ ଏହି ଦୁଇ ସୋ’ରୁମ୍‌ ଖୋଲାଯାଇଛି।

silpi

ଭୁବନେଶ୍ବର: ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସ ପକ୍ଷରୁ ରାଜ୍ୟରେ ଦୁଇଟି ନୂଆ ସୋ’ରୁମ୍‌ ଖୋଲାଯାଇଛି। ଭୁବନେଶ୍ବରର ସୌଭାଗ୍ୟନଗର ଓ ଝାରସୁଗୁଡ଼ାର ସରବାହାଲ୍‌ରେ ଏହି ଦୁଇ ସୋ’ରୁମ୍‌ ଖୋଲାଯାଇଛି। ଉଭୟ ସୋ’ରୁମ୍‌କୁ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ପାଗ ଖରାପ କାରଣରୁ ଶିଳ୍ପା ଝାରସୁଗୁଡ଼ାକୁ ଯାଇପାରିନଥିଲେ। ତେବେ ସେ ସୌଭାଗ୍ୟନଗର ଷ୍ଟୋର୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶିଳ୍ପା କହିଛନ୍ତି ଯେ କଲ୍ୟାଣ ଜୁଏଲର୍ସ ସୋ’ରୁମ୍ ଉଦ୍‌ଘାଟନ କରିବା ଲାଗି ଭୁବନେଶ୍ବର ଆସିଥିବାରୁ ମୁଁ ବହୁତ ଖୁସି। ‘ସବୁ କିଛିକୁ ବିଶ୍ବାସ’ କରିବାର ଯେଉଁ ଲକ୍ଷ୍ୟ କମ୍ପାନି ରଖିଛି ତାହା ଶିଳ୍ପରେ କଲ୍ୟାଣ ଜୁଏଲର୍ସକୁ ଅନ୍ୟମାନଙ୍କଠାରୁ ଅଲଗା କରିଛି। 

ସେବା ଉତ୍କର୍ଷ ଓ ଗ୍ରାହକ କୈନ୍ଦ୍ରୀକ ମନୋଭାବ ପାଇଁ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ କଲ୍ୟାଣ ଭିନ୍ନ ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି ଯେ ଗ୍ରାହକଙ୍କ ସପିଙ୍ଗ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଆମେ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛୁ। ଗତ କିଛି ବର୍ଷ ମଧ୍ୟ ଆମେ ଏଠାରେ ଆମର ଉପସ୍ଥିତିକୁ ବେଶ୍ ବଢ଼ାଇଛୁ। ସୌଭାଗ୍ୟନଗର ସୋ’ରୁମ୍ ଆମ ସ୍ଥିତିକୁ ଆହୁରି ଦୃଢ଼ କରିବ ବୋଲି ସେ କହିଛନ୍ତି। କଲ୍ୟାଣ ଜୁଏଲର୍ସ ପକ୍ଷରୁ ଦିୱାଲି ବୋନାଞ୍ଜା ଅଫର ଘୋଷଣା କରାଯାଇଛି ‌ଯେଉଁଥିରେ ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରି ଉପରେ ୪୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ। ପ୍ରିମିୟମ୍ ଉତ୍ପାଦର ଗଢ଼‌ା ମଜୁରିରେ ଫ୍ଲାଟ୍‌ ୩୦ ପ୍ରତିଶତ ରିହାତି ମିଳିବ। ଟେମ୍ପଲ୍‌ ଓ ଆଣ୍ଟିକ୍ ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୩୫ ପ୍ରତିଶତ ରିହାତି ପ୍ରଦାନ କରାଯାଇଛି। ୩୦ ଗ୍ରାମରୁ କମ୍ ଓଜନର ସବୁ ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍‌ ୨୫ ପ୍ରତିଶତ ରିହାତି ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe