ଫୋନ୍‌ରେ ଆର୍ଥିକ ତଥ୍ୟ ଦିଅ ନାହିଁ: ରିଜର୍ଭ ବ୍ୟାଙ୍କ

Advertisment
ୟୁରୋପ ସୁଧ କମାଇବା ପରେ ରିଜର୍ଭ ବ୍ୟାଙ୍କ ଉପରେ ଆଖି

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କର ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପୁରୀରେ ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଆର୍ଥିକ ଯୋଜନା, ସଞ୍ଚୟ ଓ ଦାୟିତ୍ବସମ୍ପନ୍ନ ଋଣ, ନିବେଶ, ବୀମା, ସାମାଜିକ ସୁରକ୍ଷା ସ୍କିମ୍, ପେନ୍‌ସନ୍, ଶିକ୍ଷା ଋଣ ପାଇଁ ବିଦ୍ୟା ଲକ୍ଷ୍ମୀ ପୋର୍ଟାଲ୍ ଆଦି ଉପରେ ଅଂଶଗ୍ରହଣକାରୀମାନଙ୍କୁ ସୂଚିତ କରାଯାଇଥିଲା। ଜାଲ୍‌ ନୋଟ୍‌ ଚିହ୍ନଟ କରିବାର ପ୍ରକ୍ରିୟା, ବ୍ୟାଙ୍କରେ ନୋଟ୍ ଓ କଏନ୍ ବଦଳାଇବା ସୁବିଧା ଆଦି ଉପରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଯାଇଥିଲା। ସାଇବର ଠକେଇ ଉପରେ ସ୍ବତନ୍ତ୍ର ଧ୍ୟାନ ଦେଇ କିଭଳି ଠକେଇ କରାଯାଉଛି ତାହା ବର୍ଣ୍ଣନା କରାଯାଇଥିଲା। ଫୋନ୍‌ରେ କାହାକୁ ଗୁରୁତ୍ବପୂର୍ଣ୍ଣ ଆର୍ଥିକ ସୂଚନା ନ ଦେବାକୁ ଲୋକମାନଙ୍କୁ କୁହାଯାଇଛି। ରିଜର୍ଭ ବ୍ୟାଙ୍କର ବିବାଦ ସମାଧାନ ବ୍ୟବସ୍ଥା ଓ ବ୍ୟାଙ୍କ ବିରୋଧରେ କିଭଳି ଅଭିଯୋଗ ଦାଖଲ କରିହେବ ସେବିଷୟରେ ସୂଚନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରିଜର୍ଭ ବ୍ୟାଙ୍କର ଡିଜିଏମ୍ ମଧୁକର ଆନନ୍ଦ, ପୁରୀର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ (ପ୍ରୋଟୋକଲ୍) ନୀଳମାଧବ ଭୋଇ, ଏସ୍‌ଏଲ୍‌ବିସି ସଂଯୋଜକ ଗୌତମ ପାତ୍ର, ଷ୍ଟେଟ୍‌ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଭରତ ଚରଣ ସାହୁ ଓ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ସହକାରୀ ମହାପ୍ରବନ୍ଧକ ଗୁରୁପଦ ପ୍ରଧାନ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe