ହ୍ବାଟ୍‌ସଆପ୍‌ରେ ଥିବା ଏହି ଫିଚର୍‌ଗୁଡ଼ିକ ବିଷୟରେ ଆପଣ ଜାଣନ୍ତି କି?

କମ୍ପ୍ୟୁଟରରେ ହ୍ବାଟ୍‌ସଆପ୍‌ର ଭଏସ୍‌, ଭିଡିଓ କଲ୍ ସୁବିଧା

dw.com

ମୁମ୍ବାଇ: ବ୍ୟବହାରକାରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ ନୂଆ ନୂଆ ଫିଚର ସବୁ ଆଣିଥାଏ। ମାତ୍ର ଏମିତି କିଛି ପୁରୁଣା ଫିଚର୍‌ ଅଛି ଯାହା ବିଷୟରେ ଆମେ ଠିକ୍‌ କରି ଜାଣନ୍ତି ନାହିଁ।

ଏହି ଫିଚର୍‌ଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ନିଳ ରଂଗର ଟିକ୍‌ ଚିହ୍ନକୁ ଗୋପନ ରଖିବା। ଅର୍ଥାତ ଆପଣ ଚାହିଁଲେ ଆପଣଙ୍କ ମୋବାଇଲ୍‌ରେ ସେଟିଂ କରି ନିଳ ଟିକ୍‌କୁ ହଟାଇ ପାରିବେ। ଆପଣ ମେସେଜ୍‌ ପଢ଼ିସାରିବା ପରେ ମଧ୍ୟ ପ୍ରେରକଙ୍କୁ ନିଳ ଟିକ୍‌ ଦୃଶ୍ୟମାନ ହେବ ନାହିଁ। ଆପଣ ପ୍ରଥମେ ସେଟିଂକୁ ଯିବେ। ସେଥିରେ ଥିବା ଅକାଉଣ୍ଟ୍‌କୁ କ୍ଲିକ୍‌ କରିବା ପରେ ପ୍ରାଇଭେସିକୁ ଯାଇ ଅନ୍‌ଟିକ୍‌ ଦ ରିଡ୍‌ ରେସିପେଣ୍ଟ୍‌ସ କ୍ଲିକ୍‌ କଲେ ଏହି ସୁବିଧାର ଲାଭ ଉଠାଇ ପାରିବେ।

ଅନ୍ୟତମ ଫିଚର ହେଉଛି ପ୍ରୋଫାଇଲ୍‌ ଫଟୋକୁ ଲୁଚାଇ ରଖିବା। ଯଦି ଆପଣଙ୍କ ଆକାଉଣ୍ଟ୍‌ରେ ନଥିବା ଲୋକ ଆପଣଙ୍କ ଫଟୋ ନଦେଖନ୍ତୁ ବୋଲି ଚାହାନ୍ତି ତେବେ ସେପରି ମଧ୍ୟ କରିପାରିବେ। ଏହି ସୁବିଧା ପାଇଁ ମଧ୍ୟ ଆପଣ ସେଟିଂକୁ ଯାଇ ପ୍ରାଇଭେସି‌ରେ କ୍ଲିକ୍‌ କରିବେ। ସେଥିରେ ଆପଣଙ୍କୁ ‘ମାଇ କଣ୍ଟାକ୍ଟସ’, ‘ଏଭ୍ରିୱାନ୍‌’ ଓ ‘ନୋବଡି’ ଅପ୍‌ସନ ଦୃଶ୍ୟମାନ ହେବ। ସେଥିମଧ୍ୟରୁ ଆପଣ ନିଜ ପସନ୍ଦ ମୁତାବକ ବାଛିପାରିବେ।

ଆପଣ ଜାଣନ୍ତି କି ଏକ ଗ୍ରୁପ୍‌ ମେସେଜ୍‌ର ବି ଆପଣ ପ୍ରାଇଭେଟ୍‌ ରିପ୍ଲାଏ କରିପାରିବେ। ଯେଉଁ ମେସେଜ୍‌ର ରିପ୍ଲାଏ ଦେବାକୁ ଚାହୁଁଥିବେ ତାହାକୁ ଚିପି ଧରିଲେ ମୋର୍‌ ଦିଶିବ। ସେଥିରେ ଆପଣଙ୍କୁ ଦୃଶ୍ୟମାନ ହେବ ରିପ୍ଲାଏ ପ୍ରାଇଭେଟ୍‌ଲି। ସେଠାରେ ଆପଣ ବ୍ୟକ୍ତିଗତ ଭାବେ କାହାକୁ ମେସେଜ କରିପାରିବେ।

ହ୍ବାଟ୍‌ସଆପ୍‌ର ଆସୁଥିବା ସମସ୍ତ ଫଟୋ ଓ ଭିଡିଓକୁ ଆପଣ ନିଜ ଗ୍ୟାଲେରିରେ ସେଭ୍‌ ହେବାରୁ ବାଦ୍‌ ଦେଇପାରିବେ। ସେଟିଂକୁ ଯାଇ ଷ୍ଟୋରେଜ୍‌ ଓ ଡାଟାକୁ ଯିବେ। ସେଠାରେ ଆପଣଙ୍କୁ ମିଡିଆ ଅଟୋ ଡାଉନ୍‌ଲୋଡ୍‌କୁ ଅଫ୍‌ କରିବାକୁ ପଡ଼ିବ। ତାହାହେଲେ ଆଉ ଆପଣ ଚାହୁଁନଥିବା ଫାଇଲ୍‌ ଆପେ ଆପେ ଫୋନ୍‌ରେ ସେଭ୍‌ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe