Image Courtesy of Mint
ନୂଆଦିଲ୍ଲୀ: ଆଜିଠାରୁ ଦିଲ୍ଲୀରେ ଘରୋଇ ଓ ବ୍ୟାବସାୟିକ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ‘ଏଲ୍ପିଜି’ ସିଲିଣ୍ଡର୍ର ମୂଲ୍ୟ ବୃଦ୍ଧି କରାଯାଇଥିବା କଥା ‘ଅଏଲ୍ ମାର୍କେଟିଙ୍ଗ୍ କମ୍ପାନି’ମାନେ ଘୋଷଣା କରିଛନ୍ତି।
‘ଏଏନ୍ଆଇ’ ରିପୋର୍ଟ ଅନୁସାରେ, ଦିଲ୍ଲୀରେ ଘରୋଇ ରନ୍ଧନ ନିମନ୍ତେ ବ୍ୟବହୃତ ୧୪.୨ କିଲୋ ଓଜନବିଶିଷ୍ଟ ‘ଏଲ୍ପିଜି’ ସିଲିଣ୍ଡର୍ ମୂଲ୍ୟ ଆଜିଠାରୁ ୫୦ ଟଙ୍କା ବୃଦ୍ଧି କରାଯାଇଛି। ସଂଶୋଧିତ ମୂଲ୍ୟ ଅନୁସାରେ, ଆଜିଠାରୁ ଦିଲ୍ଲୀରେ ଘରୋଇ ରନ୍ଧନ ନିମନ୍ତେ ବ୍ୟବହୃତ ‘ଏଲ୍ପିଜି’ ସିଲିଣ୍ଡର୍ ୧୧୦୩ ଟଙ୍କାରେ ବିକ୍ରୟ ହେବ।
Image Courtesy of Zee Newsସେହିପରି, ବ୍ୟାବସାୟିକ ପ୍ରତିଷ୍ଠାନ ଆଦିରେ ବ୍ୟବହୃତ ୧୯ କିଲୋ ଓଜନବିଶିଷ୍ଟ ‘ଏଲ୍ପିଜି’ ସିଲିଣ୍ଡର୍ର ଦର ୩୫୦.୫୦ ବୃଦ୍ଧି କରାଯାଇଛି। ତେଣୁ, ସଂଶୋଧିତ ଦର ଅନୁସାରେ ଆଜିଠାରୁ ଦିଲ୍ଲୀରେ ଉପରୋକ୍ତ ‘ଏଲ୍ପିଜି’ ସିଲିଣ୍ଡର୍ ଟ. ୨୧୧୯.୫୦ରେ ବିକ୍ରୟ କରାଯିବ।
ସଂଗୃହୀତ ସୂଚନା ଅନୁସାରେ, ପ୍ରାୟ ୬ ମାସ ପରେ ଦିଲ୍ଲୀରେ ‘ଏଲ୍ପିଜି’ ସିଲିଣ୍ଡର୍ ଦର ବୃଦ୍ଧି ପାଇଛି। ଶେଷ ଥର ପାଇଁ ୨୦୨୨ ଜୁଲାଇ ୬ ତାରିଖରେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ‘ଏଲ୍ପିଜି’ ସିଲିଣ୍ଡର୍ ଦର ବୃଦ୍ଧି କରାଯାଇଥିଲା।
Follow Us