ମୁଖ୍ୟମନ୍ତ୍ରୀଙ୍କ ରିିଲିଫ୍ ପାଣ୍ଠିକୁ ସହାୟ‌ତା: ଓପିଜିସି, ଓଏଚ୍‌ପିସି ଦେଲେ ୩ କୋଟି

Advertisment

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦେଲା ୨୦ ଲକ୍ଷ, ଶ୍ରୀ ମାର୍ବଲସ୍ ଦେଲା ୧ ଲକ୍ଷ ୧୧ ହଜାର

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦେଲା ୨୦ ଲକ୍ଷ, ଶ୍ରୀ ମାର୍ବଲସ୍ ଦେଲା ୧ ଲକ୍ଷ ୧୧ ହଜାର

ମୁଖ୍ୟମନ୍ତ୍ରୀଙ୍କ ରିିଲିଫ୍ ପାଣ୍ଠିକୁ ସହାୟ‌ତା: ଓପିଜିସି, ଓଏଚ୍‌ପିସି ଦେଲେ ୩ କୋଟି

Image Courtesy of Times of India

ଓପିଜିସି, ଓଏଚ୍‌ପିସି ଦେଲେ ୩ କୋଟି
ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ଓ ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚ୍‌ପିସି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କୋଭିଡ୍-୧୯ର ମୁକାବିଲା ନିମନ୍ତେ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ଓପିଜିସି ୧ କୋଟି ଟଙ୍କା ଓ ଓଏଚ୍‌ପିସି ୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବ୍ୟାଙ୍କ ଆର୍‌ଟିଜିଏସ୍‌ ମାଧ୍ୟମରେ ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଆକାଉଣ୍ଟ୍‌କୁ ପଠାଯାଇଛି ବୋଲି ଶକ୍ତି ବିଭାଗ ତରଫରୁ କୁହାଯାଇଛି। କୋଭିଡ୍‌ ମୁକାବିଲାରେ ଏହି ଅର୍ଥ ବିନିଯୋଗ କରିବା ଲାଗି ରାଜ୍ୟ ସରକାରଙ୍କୁ ଦିଆଯାଇଛି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦେଲା ୨୦ ଲକ୍ଷ
ରାଜ୍ୟର କୋଭିଡ୍ ଲଢ଼େଇରେ ନିଜର ଯୋଗଦାନ ସ୍ବରୂପ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିିଫ୍ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ଦାନ କରିଛି। ଆଜି ଲୋକସେବା ଭବ‌ନରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏ ବାବଦ ଚେକ୍ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଓ ବିତ୍ତୀୟ ଉପଦେଷ୍ଟା ତେଜରାଜ ପ୍ରଧାନଙ୍କ ଠାରୁ ଗ୍ରହଣ କରିଛନ୍ତି।

ଶ୍ରୀ ମାର୍ବଲସ୍ ଦେଲା ୧ ଲକ୍ଷ ୧୧ ହଜାର
କୋଭିଡ୍‌ ଲଢ଼େଇର ମୁକାବିଲା ଲାଗି ନିଜ ଯୋଗଦାନ ସ୍ବରୁପ ଶ୍ରୀ ମାର୍ବଲସ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ୧୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ଲୋକସେବା ଭବନରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଚେକ୍‌କୁ କଂପାନିର ତତ୍ତ୍ବାବଧାୟକ ଲାଲଚାନ୍ଦ ମାହେଶ୍ବରୀଙ୍କ ଠାରୁ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe