ହ୍ବାଟସ୍‌ଆପ୍ ପସନ୍ଦ ନହେଲେ ବ୍ୟବହାର କରନି: ହାଇକୋର୍ଟ

Advertisment
ନେତାଜୀ ବସ୍ ଟର୍ମିନାଲ୍‌ ପାଖ ୧୫ ଗୁଣ୍ଠ ଜମି ସିଏମ୍‌ସି ଦଖଲକୁ ଫେରିବ

orissahighcourt.nic.in

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍ ଏକ ଘରୋଇ ଆପ୍। ଏହା ସ୍ବେଚ୍ଛାଧୀନ। ଯଦି ପସନ୍ଦ ହେଉନି ତେବେ ତାହାକୁ ବ୍ୟବହାର କରନାହିଁ। ହ୍ବାଟସ୍‌ଆପ୍‌ର ନୂଆ ଗୋପନୀୟତା ନୀତିକୁ ବିରୋଧ କରି ଦାଖଲ ହୋଇଥିବା ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ବିଚାରପତି ସଞ୍ଜୀବ ସଚ୍ଚଦେବା ଏହା କହିଛନ୍ତି। ବ୍ୟବହାର କରୁଥିବା ସବୁ ମୋବାଇଲ୍‌ ଆପ୍‌ର ସର୍ତାବଳୀଙ୍କୁ କେବେ ପଢ଼ିଛ ନା ନାହିଁ ବୋଲି ସେ ଆବେଦନକାରୀ ଆଇନଜୀବୀ ମନୋହର ଲାଲଙ୍କୁ ‌ପ୍ରଶ୍ନ କରିଥିଲେ। ଯଦି କେବେ ଆପ୍‌ଗୁଡ଼ିକର ସର୍ତାବଳୀ ପଢ଼ିବ ତେବେ ଯେଉଁ ସବୁ ବିଷୟ ପାଇଁ ଆପଣମାନେ ଅନୁମତି ଦେଉଛନ୍ତି ତାହା ଜାଣିଲେ ଚକିତ ହୋଇପଡ଼ିବେ। ହ୍ବାଟସ୍‌ଆପ୍ ହେଉଛି ସ୍ବେଚ୍ଛାଧୀନ। ଯଦି ଏହାର ସର୍ତରେ ସହମତ ହୋଇପାରୁନାହଁ ତେବେ ସେଥିରେ ଯୋଗ ଦିଅନି। ଅନ୍ୟ ଆପ୍ ବ୍ୟବହାର କର ବୋଲି ବିଚାରପତି କହିଛନ୍ତି।

ତଥ୍ୟ ଲିକ୍‌ ହେବା ନେଇ ଆବେଦନକାରୀ ଯେଉଁ ଆଶଙ୍କା ପ୍ରକଟ କରିଛନ୍ତି ତାହା ବୁଝିହେଉନାହିଁ ବୋଲି ବିଚାରପତି ଶ୍ରୀ ସଚ୍ଚଦେବା କହିଛନ୍ତି। ସମୟ ଅଭାବ ହେବାରୁ ଏହି ମାମଲାର ପରବର୍ତୀ ଶୁଣାଣି ଚଳିତ ମାସ ୨୫ରେ ହେବ। ଆଜି ଶୁଣାଣି ବେଳେ ହ୍ବାଟସ୍‌ଆପ୍ ଓ ଫେସବୁକ୍ ପାଇଁ ଦୁଇ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ମୁକୁଲ ରୋହତୋଗୀ ମାମଲା ପରିଚାଳନା କରିଥିଲେ। ଦୁହେଁ କେଉଁ ସଂସ୍ଥା ପାଇଁ ମାମଲା ପରିଚାଳନା କରୁଛନ୍ତି ତାହା ଜଣାଇବା ବେଳେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ତାହା ଏତେ କୌତୁକପୂର୍ଣ୍ଣ ଥିଲା ‌ଯେ ବିଚାରପତି ମଧ୍ୟ ହସ୍ତକ୍ଷେପ କରିବାକୁ ନିଜକୁ ଅଟକାଇ ପାରିନଥିଲେ। ମୁକୁଲ କହିଥିଲେ ମୁଁ ହ୍ବାଟସ୍‌ଆପ୍ ପାଇଁ ହାଜର ହୋଇଛି। ସଙ୍ଗେ ସଙ୍ଗେ କପିଲ ଶିବଲ କହିଥିଲେ ଯେ ମୁଁ ହ୍ବାଟସ୍‌ଆପ୍ ପାଇଁ ଆସିଛି। ଆପଣ ଫେସବୁକ୍ ପାଇଁ ଆସିଛନ୍ତି। ଏହା ଜାଣିବା ପରେ ମୁକୁଲ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ବିଚାରପତି ଶ୍ରୀ ସଚ୍ଚଦେବା ଉଭୟଙ୍କୁ କହିଥିଲେ ଯେ କିଏ କେଉଁ ପକ୍ଷ ପାଇଁ ଆସିଛ ସେନେଇ ନିଜ ଭିତରେ ତଥ୍ୟ ଆଦାନପ୍ରଦାନ କରିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe