ନୂଆଦିଲ୍ଲୀ: ବେପାର ବଣିଜ କାମରେ ଡ୍ରୋନ୍ ବ୍ୟବହାର କରାଯାଇପାରିବ। ଡ୍ରୋନ୍ ବ୍ୟବହାର ପାଇଁ ଏକ ନୂଆ ନିୟମ ପ୍ରସ୍ତୁତ ହୋଇଛି ଯେଉଁଥିରେ ଡ୍ରୋନ୍ର ବାଣିଜ୍ୟିକ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଡ୍ରୋନ ନୀତିକୁ ପାଞ୍ଚଟି ବର୍ଗରେ ଭାଗ କରାଯାଇଛି। ୧୫୦ ଗ୍ରାମଠାରୁ ଆରମ୍ଭ କରି ୧୫୦ କିଲୋଗ୍ରାମ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଓଜନ ପାଇଁ ଡ୍ରୋନ ନୀତିକୁ ଭାଗ କରାଯାଇଛି। ୨୦୦ ଫୁଟ ଉପରେ କୌଣସି ଡ୍ରୋନ୍ ଉଡ଼ିପାରିବ ନାହିଁ। ବିମାନ ବନ୍ଦରର ପାଖାପାଖି ୫ କିଲୋମିଟର ଭିତରେ ଡ୍ରୋନ୍ ଉଡ଼ିବାର ଅନୁମତି ଦିଆଯିବ ନାହିଁ। ଚୂନାନ୍ତ ଡ୍ରୋନ୍ ନୀତି ଚଳିତ ବର୍ଷ ଡିସେମ୍ବରରେ ଜାରି କରାଯିବ।
ବାଣିଜ୍ୟ କାମରେ ଡ୍ରୋନ୍ ବ୍ୟବହାରକୁ ଅନୁମତି
Advertisment
Follow Us