ହିଣ୍ଡେନବର୍ଗ ରିପୋର୍ଟ ପ୍ରଭାବ: ଦିନକରେ ଡୋର୍ସି ହରାଇଲେ ୫୨୬ ନିୟୁତ ଡଲାର

Advertisment
ହିଣ୍ଡେନବର୍ଗ ରିପୋର୍ଟ ପ୍ରଭାବ: ଦିନକରେ ଡୋର୍ସି ହରାଇଲେ ୫୨୬ ନିୟୁତ ଡଲାର

ୱାସିଂଟନ : ଆମେରିକୀୟ ସର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରକାଶ ପରେ ‌ବ୍ଲକ୍ କମ୍ପାନିର ସେୟାର ମୂଲ୍ୟରେ ମାତ୍ରାଧିକ ହ୍ରାସ ପାଇଛି। ଏହାଫଳରେ ଏହାର ସହ ପ୍ରତିଷ୍ଠାତା ଜ୍ୟାକ ଡୋର୍ସିଙ୍କ ସଂପତ୍ତି ଦିନକରେ ୫୨୬ ନିୟୁତ ଡଲାର ହ୍ରାସ ପାଇଛି। ଗତ ମେ ମାସ ଠାରୁ ତାଙ୍କର ସଂପତ୍ତିରେ ଏତେ ହ୍ରାସ କୌଣସି ଗୋଟିଏ ଦିନରେ ଦେଖାଯାଇ ନଥିଲା। ୧୧ ପ୍ରତିଶତ ହ୍ରାସ ପାଇବା ପରେ ତାଙ୍କ ନିଟ୍ ସଂପତ୍ତି ଏବେ ୪.୪ ବିଲିଅନ ଡଲାର ରହିଛି। ଗୁରୁବାର କମ୍ପାନିର ସେୟାର ମୂଲ୍ୟରେ ୨୨ ପ୍ରତିଶତ ପ୍ରଥମେ ହ୍ରାସ ପାଇଥିଲା। କିନ୍ତୁ ଶେଷବେଳକୁ ସେୟାର ମୂଲ୍ୟରେ କିଛିଟା ସୁଧାର ଆସିଥିଲା।

ଆଦାନି ଗ୍ରୁପ୍ ପରେ ଏବେ ଜ୍ୟାକ ଡୋର୍ସିଙ୍କ କମ୍ପାନି ବ୍ଲକ୍ ନାଥନ ଆଣ୍ଡରସନଙ୍କ ହିଣ୍ଡେନବର୍ଗ ରିସର୍ଚ୍ଚର ଟାର୍ଗେଟରେ ରହିଛି। ଡୋର୍ସିଙ୍କ ସମେତ ଅନ୍ୟମାନେ ଜାଲିଆତି କରିବା ଅଭିଯୋଗ ହିଣ୍ଡେନବର୍ଗ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe