କୃଷି ଗବେଷଣାରେ ବ୍ୟବହାର ହେବ ଡ୍ରୋନ୍‌, ଅନ୍ତର୍ଜାତୀୟ ଫସଲ ଗବେଷଣା ପ୍ରତିଷ୍ଠାନକୁ ମିଳିଲା ଅନୁମତି

Advertisment
କୃଷି ଗବେଷଣାରେ ବ୍ୟବହାର ହେବ ଡ୍ରୋନ୍‌, ଅନ୍ତର୍ଜାତୀୟ ଫସଲ ଗବେଷଣା ପ୍ରତିଷ୍ଠାନକୁ ମିଳିଲା ଅନୁମତି

New Indian Exp

ନୂଆଦିଲ୍ଲୀ: ଦେଶରେ ଏଣିକି କୃଷି ଗବେଷଣା କାର୍ଯ୍ୟରେ ଡ୍ରୋନ୍ ବ୍ୟବହାର ହୋଇପାରିବ। ହାଇଦ୍ରାବାଦସ୍ଥିତ ଅନ୍ତର୍ଜାତୀୟ ଫସଲ ଗବେଷଣା ପ୍ରତିଷ୍ଠାନ (ଆଇସିଆରଆଇଏସଏଟି)କୁ ଏଥିପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସୋମବାର ଅନୁମତି ପ୍ରଦାନ କରିଛି। ଡ୍ରୋନ ଉଡ଼ାଣ ପାଇଁ ରହିଥିବା ନିୟମକାନୁନରେ କେତେକ ସର୍ତ୍ତ ସହିତ ଏହି ପ୍ରତିଷ୍ଠାନକୁ ଅନୁମତି ଦିଆଯାଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରତିଷ୍ଠାନ ଡ୍ରୋନକୁ କୃଷି ଗବେଷଣା କାର୍ଯ୍ୟ ପାଇଁ ବ୍ୟବହାର କରିପାରିବ। ଅନୁମତି ପ୍ରଦାନର ୬ ମାସ କିମ୍ବା ଡିଜିଟାଲ ସ୍କାଏ ପ୍ଲାଟଫର୍ମ(ପ୍ରଥମ ପର୍ଯ୍ୟାୟ) କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ (ଯେଉଁଟି ଆଗ) ଏହି ଅନୁମତି ପ୍ରଦାନ କରାଯାଇଛି। ପଙ୍ଗପାଳ ନିୟନ୍ତ୍ରଣ, ଫସଲ ଅମଳ ବୃଦ୍ଧି ଆଦି ପାଇଁ ହେବାକୁ ଥିବା ଗବେଷଣାରେ ଡ୍ରୋନ ବଡ଼ ଭୂମିକା ଗ୍ରହଣ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଅମ୍ବର ଦୁବେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe