୧୦ ବିମାନ ବନ୍ଦରରେ ମଦୁଆ କର୍ମଚାରୀ ଧରପଗଡ଼ ଆରମ୍ଭ

Advertisment
୧୦ ବିମାନ ବନ୍ଦରରେ ମଦୁଆ କର୍ମଚାରୀ ଧରପଗଡ଼ ଆରମ୍ଭ

businesstoday.in

ନୂଆଦିଲ୍ଲୀ: ବିମାନ ବନ୍ଦର‌ଗୁଡ଼ିକରେ ଯାତ୍ରୀଙ୍କ ନିରାପତ୍ତା ବଢ଼ାଇବା ଲାଗି ଦେଶର ୧୦ଟି ବିମାନ ବନ୍ଦରରେ ମଦୁଆ କର୍ମଚାରୀ ଧରିବା ପରୀକ୍ଷା ଆରମ୍ଭ ହୋଇଛି। ବ୍ରେଥ୍ ଆନାଲାଇଜର ମାଧ୍ୟମରେ ଏହି ପରୀକ୍ଷା କରାଯାଉଛି। ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି), ବିମାନ ରକ୍ଷଣାବେକ୍ଷଣ ଏବଂ ବିମାନ ବନ୍ଦର ପରିଚାଳନା ଆଦି କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଉକ୍ତ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ଦେଶର ଯେଉଁସବୁ ବିମାନ ବନ୍ଦର ଗୁଡ଼ିକରେ ଏହି ପରୀକ୍ଷା ବ୍ୟବସ୍ଥା କରାଯାଇଛି ସେଗୁଡ଼ିକ ହେଲା ଦିଲ୍ଲୀ, ମୁମ୍ବାଇ, ‌ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ଅହମ୍ମଦାବାଦ, କୋଚିନ, ଲକ୍ଷ୍ନୌ ଏବଂ ଗୌହାଟି। ଡିସେମ୍ବର ୩୧ ତାରିଖ ସୁଦ୍ଧା ଦେଶର ସବୁ ବିମାନ ବନ୍ଦରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଯୋଜନା ରଖିଛି। ପୂର୍ବରୁ ଗତ ଅକ୍ଟୋବରରେ ୧୪ ଜଣ ଓ ଚଳିତ ମାସରେ ଏପର୍ଯ୍ୟନ୍ତ ୪ ଜଣ ମଦୁଆ କର୍ମଚାରୀଙ୍କୁ ଧରାହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe