ଟ୍ରେନରେ ମିଳୁଛି ଇ-କ୍ୟାଟରିଂ ସେବା, ଯାତ୍ରା ସମୟରେ କଲ କରି କିଂବା ଆପ୍ ମାଧ୍ୟମରେ ମଗାଇ ପାରିବେ ଖାଦ୍ୟ

Advertisment

୩୧୦ଟି ରେଳ ଷ୍ଟେସନରେ ଉପଲବ୍ଧ, ୧୪ଟି ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ଦିନକୁ ୪୧,୮୪୪ ମିଲ ଯୋଗାଉଛନ୍ତି

୩୧୦ଟି ରେଳ ଷ୍ଟେସନରେ ଉପଲବ୍ଧ, ୧୪ଟି ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ଦିନକୁ ୪୧,୮୪୪ ମିଲ ଯୋଗାଉଛନ୍ତି

ଭାରତୀୟ ରେଳବାଇ ଆଇଆର୍‌ସିଟିସିର ଡିଜିଟାଲ୍ ସେବା ସମ୍ପ୍ରସାରିତ

ନୂଆଦିଲ୍ଲୀ:  ଡିଜିଟାଲ ଦେଣନେଣକୁ ଉତ୍ସାହିତ କରିବା ପାଇଁ ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇବା କ୍ଷେତ୍ରରେ ଡିଜିଟାଲ କାରବାରକୁ ବ୍ୟାପକ କରିଛି । ବର୍ତ୍ତମାନ ୮୮୭୮ଟି ୟୁନିଟ ଡିଜିଟାଲ ଦେଣନେଣ ପାଇଁ ସୁବିଧା ଯୋଗାଉଛନ୍ତି । ଏହା ସହିତ ପଏଣ୍ଟ ଅଫ ସେଲ (ପୋସ) ମେସିନ କ୍ୟାଟେରିଂ ସେବା ପ୍ରଦାନକାରୀମାନଙ୍କୁ ଯୋଗାଇ ଦିଆଯାଇଛି । ଏହା ଫଳରେ ମୁଦ୍ରିତ ବିଲ ଯୋଗାଇ ଆର୍ଥିକ କାରବାରର ବିସ୍ତୃତ ବିବରଣୀକୁ ଏଥିରେ ଦର୍ଶାଇ ଦିଆଯାଉଛି । ବର୍ତ୍ତମାନ ୫୯୬ଟି ରେଳଗାଡିରେ ୩୦୮୧ଟି ପୋସ ମେସିନ ଉପଲବ୍ଧ ଅଛି । ନିର୍ଦ୍ଧାରିତ ହୋଇଥିବା ୪୩୧୬ଟି ୟୁନିଟ ଏହି ସେବା ଯାତ୍ରୀମାନଙ୍କୁ ଯୋଗାଇ ଦେଉଛନ୍ତି ।

ଯାତ୍ରୀମାନଙ୍କ ପସନ୍ଦର ପରିସରକୁ ସଂପ୍ରସାରଣ କରିବା ନିମିତ୍ତ ଭାରତୀୟ ରେଳବାଇ ପକ୍ଷରୁ ଇ-କ୍ୟାଟେରିଂ ସେବା ବ୍ୟବସ୍ଥାର ପ୍ରଚଳନ କରାଯାଇଛି । ଏହି ସେବା ଆଇଆରସିଟିସି ଦ୍ୱାରା ପରିଚାଳିତ ହେଉଛି । ଆଗୁଆ ଇ-ଟିକେଟ ବୁକିଂ ସମୟରେ ଯାତ୍ରୀମାନେ ନିଜପାଇଁ ଖାଦ୍ୟ ଅର୍ଡର କରିପାରିବାର ବ୍ୟବସ୍ଥା କରାଯାଇଛି । କିମ୍ବା ଯାତ୍ରା ଆରମ୍ଭ କରିବା ସମୟରେ  ୧୩୨୩କୁ କଲ କରି କିମ୍ବା ୱେବସାଇଟରୁ କଲସେଣ୍ଟର ଆପ ମାଧ୍ୟମରେ ଏହି ସେବା ପାଇପାରିବେ । ବର୍ତ୍ତମାନ ୩୧୦ଟି ରେଳଷ୍ଟେସନରେ ୧୭୫୫ ସେବା ପ୍ରଦାନକାରୀ ସଂସ୍ଥା ମାଧ୍ୟମରେ ଏବଂ ୧୪ଟି ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ସହଯୋଗରେ ଦୈନିକ ହାରାହାରି ୪୧,୮୪୪ଟି ମିଲ୍ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe