ସାମଗ୍ରୀର ଏମ୍‌ଆର୍‌ପି ଲେଖୁନାହାନ୍ତି ଇ-କମର୍ସ କମ୍ପାନି

Advertisment

ଦିଲ୍ଲୀ ହାଇକୋର୍ଟରେ ପିଆଇଏଲ୍‌, ଚଳିତ ସପ୍ତାହରେ ହୋଇପାରେ ଶୁଣାଣି

ଦିଲ୍ଲୀ ହାଇକୋର୍ଟରେ ପିଆଇଏଲ୍‌, ଚଳିତ ସପ୍ତାହରେ ହୋଇପାରେ ଶୁଣାଣି

ଇ-କମର୍ସ ନୀତି: ସରକାରଙ୍କ ଭିତରେ ମତଭେଦ

WordPress.com

ନୂଆଦିଲ୍ଲୀ : ଇ-କମର୍ସ କମ୍ପାନି ଗୁଡ଼ିକ ଦେଶର ଆଇନକାନୁନକୁ ପାଳନ କରୁନାହାନ୍ତି। ସେମାନେ ସାମଗ୍ରୀର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି), କେଉଁ ଦେଶର ସାମଗ୍ରୀ, ନିର୍ମାତାଙ୍କ ନାମ ଆଦି ଭଲଭାବେ ପ୍ରଦର୍ଶିତ କରୁନାହାନ୍ତି। ତେଣୁ ଏସବୁକୁ ସାମଗ୍ରୀ ଉପରେ ଭଲଭାବେ ଲେଖିବା ପାଇଁ ନିର୍ଦ୍ଦେଶ ଦେବାକୁ ଗାଜିଆବାଦର ଜଣେ ଆବେଦନକାରୀ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଚଳିତ ସପ୍ତାହରେ ଏହି ମାମଲାର ଶୁଣାଣି ହୋଇପାରେ। ଏସବୁ ବିବରଣୀ ନଥିବା କାରଣରୁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହିତ ଇ-କମର୍ସ କମ୍ପାନି ଗୁଡ଼ିକ ମଧ୍ର ଖାଉଟି ସୁରକ୍ଷା (ଇକମର୍ସ) ନିୟମ ୨୦୨୦ ଏବଂ ଆଇନଗତ ମାପ (ପ୍ୟାକେଜ୍‌ଡ କମୋଡିଟିଜ୍‌) ଆଇନ ୨୦୧୧କୁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ଅଭିଯୋଗ କରାଯାଇଛି। ଏହାଦ୍ବାରା ଖାଉଟିମାନଙ୍କୁ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଅଧିକାରରୁ ବଞ୍ଚିତ କରାଯାଉଛି ବୋଲି କୁହାଯାଉଛି।

କାର୍ଯ୍ୟାନୁଷ୍ଠାନ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲା ବ୍ୟବସାୟୀ ମହାସଂଘ
ନୂଆଦିଲ୍ଲୀ : ଗୋଟି‌ଏ ପଟେ ଇ-କମର୍ସ କମ୍ପାନି ଗୁଡ଼ିକ ବିରୋଧରେ ପିଆଇଏଲ୍‌ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା‌ବେଳେ ଅନ୍ୟପଟେ ଏସବୁ କମ୍ପାନିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)। ଗତ ଜୁନରେ ସରକାର ଇ-କମର୍ସ କମ୍ପାନି ଗୁଡ଼ିକ ପାଇଁ କେତେକ ନିୟମ ବାଧ୍ୟତାମୂଳକ କରିଥିଲେ। ସେହି ନିୟମ ଗୁଡ଼ିକୁ ଆମାଜନ, ଫ୍ଲିପକାର୍ଟ, ଜୋମାଟୋ, ସ୍ବିଗି ଭଳି କମ୍ପାନି ଗୁଡ଼ିକ ଉଲ୍ଲଂଘନ କରୁଛନ୍ତି। ସେମାନେ ସାମଗ୍ରୀଟି କେଉଁ ଦେଶରେ ନିର୍ମାଣ ହୋଇଛି, ନିର୍ମାତା କିଏ ରହିଛି ଏବଂ ଉତ୍ପାଦ ସଂପର୍କରେ ଅନ୍ୟ ବିସ୍ତୃତ ତଥ୍ୟ ଲେଖୁନାହାନ୍ତି। ଏସବୁ କମ୍ପାନି ଗୁଡ଼ିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ସିଏଆଇଟି ପକ୍ଷରୁ କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ରବିବାର ଏକ ଚିଠି ଲେଖାଯାଇଛି। ଇ-କମର୍ସ କମ୍ପାନିଙ୍କ ବିରୋଧରେ ପୂର୍ବରୁ ବାଣିଜ୍ୟ ସଂଘ ଅନେକ ଅଭିଯୋଗ ଆଣି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe