ଭୁବନେଶ୍ବର : ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ଶ୍ରମ ମନ୍ତ୍ରାଳୟ ପକ୍ଷରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସଦସ୍ୟଙ୍କ ଅନଲାଇନ୍ରେ ଇ-ନାମାଙ୍କନ ଦାଖଲ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ସୁବିଧା ପାଇବା ଲାଗି ସଦସ୍ୟମାନଙ୍କ ଆଧାର ନମ୍ବର ଓ ପଞ୍ଜୀକୃତ ମୋବାଇଲ୍ ନମ୍ବର ୟୁଏଏନ୍ ସହିତ ଯୋଡ଼ି ହୋଇଥିବା ଆବଶ୍ୟକ। ସଦସ୍ୟମାନଙ୍କୁ ୧୦୦ କେବିର ପାସ୍ପୋର୍ଟ ରଙ୍ଗିନ ଫଟୋ, ଠିକଣା ଆଦି ଅନ୍ଲାଇନ୍ରେ ଦାଖଲ କରିବା ଓ ତାହାକୁ ଅପ୍ଡେଟ୍ କରିବା ସୁଯୋଗ ଦିଆଯାଉଛି। ନିକଟସ୍ଥ ଇପିଏଫ୍ କାର୍ଯ୍ୟାଳୟ ଓ ସାଧାରଣ ସେବା କେନ୍ଦ୍ରରେ ଏହି କାର୍ଯ୍ୟ କରାଯାଇପାରିବ। ସେହିଭଳି, ନିଜର ୟୁଜର ଆଇଡି ଓ ପାସ୍ୱାର୍ଡ ବ୍ୟବହାର କରି ଇପିଏଫ୍ଓ ୱେବସାଇଟ୍ରେ ଉପଲବ୍ଧ ସଦସ୍ୟ ୟୁନିଫାଏଡ୍ ପୋର୍ଟାଲ୍ରେ ଅନଲାଇନ୍ କାର୍ଯ୍ୟ କରିପାରିବେ। ସଦସ୍ୟଙ୍କ ବିୟୋଗ ହେଲେ ନାମିତ ନୋମିନିଙ୍କୁ ନିରବଚ୍ଛିନ୍ନ ଭାବେ ମୃତ୍ୟୁ ସମ୍ବନ୍ଧିତ ଲାଭ ମିଳିବ। ସମସ୍ତ ହିତାଧିକାରୀ, ଭବିଷ୍ୟନିଧି ସଦସ୍ୟ, ନିଯୁକ୍ତିଦାତା, ଠିକାଦାର, ମୁଖ୍ୟ ନିଯୁକ୍ତିଦାତାମାନେ ନିଜ ଭବିଷ୍ୟନିଧି ସଦସ୍ୟଙ୍କ ଇ-ନାମାଙ୍କନ ନିର୍ଧାରିତ ତାରିଖ ମଧ୍ୟରେ ଦାଖଲ କରି ଏହି ଅଭିଯାନକୁ ସଫଳ କରିବା ଲାଗି ଇପିଏଫ୍ଓ ପକ୍ଷରୁ ଅନୁରୋଧ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us