ଚଳିତମାସରୁ ତୁରନ୍ତ ମିଳିଯିବ ଇ-ପାନ୍

ଚଳିତମାସରୁ ତୁରନ୍ତ ମିଳିଯିବ ଇ-ପାନ୍

The Statesman

ନୂଆଦିଲ୍ଲୀ: ଚଳିତମାସରୁ ‌ଲୋକମାନଙ୍କୁ ଅନଲାଇନ୍‌ରେ ଇ-ପାନ୍‌ କାର୍ଡ ତୁରନ୍ତ ମିଳିଯିବ। ଆଧାର ନମ୍ବରକୁ ଉପଯୋଗ କରି ଏହି ସୁବିଧା ଲୋକମା‌ନେ ପାଇପାରିବେ। ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଆଜି ଏହି ସୂଚନା ଦେଇଛନ୍ତି। ପାନ୍ ପ୍ରଦାନ ବ୍ୟବସ୍ଥାକୁ ସହଜ କରିବା ପାଇଁ ୨୦୨୦-୨୧ ବଜେଟରେ ପ୍ରସ୍ତାବ ରଖାଯାଇଛି। ଶ୍ରୀ ପାଣ୍ଡେ କହିଲେ, ଲୋକମାନେ ଆୟକର ବିଭାଗର ୱେବସାଇଟ୍‌କୁ ଯାଇ ସେଠାରେ ସେମାନଙ୍କ ଆଧାର ନମ୍ବର ଭରିବେ। ଏହାପରେ ସେମାନଙ୍କ ଆଧାର ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ ଓଟିପି (ଏକକାଳୀନ ପାସୱାର୍ଡ) ଆସିବ। ଆଧାରର ବିସ୍ତୃତ ବିବରଣୀ ଯାଞ୍ଚ କରିବା ପାଇଁ ସେହି ଓଟିପିର ଉପଯୋଗ ହେବ। ଏହାପରେ ତୁରନ୍ତ ଇ-ପାନ୍ ଜାରି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe