୧୫୬ ଦେଶ ପାଇଁ ଇ-ଭିସା କଟକଣା ପ୍ରତ୍ୟାହାର

Advertisment
୧୫୬ ଦେଶ ପାଇଁ ଇ-ଭିସା କଟକଣା ପ୍ରତ୍ୟାହାର

Schengen VISA

ନୂଆଦିଲ୍ଲୀ: ସରକାର ଆଜି ବୈଧ ଇ-ଭିସା ଉପରେ ଲଗାଇଥିବା କଟକଣାକୁ ହଟାଇ ଦେଇଛନ୍ତି। ଏହା ଦ୍ବାରା ୧୫୬ଟି ଦେଶର ନାଗରିକ ଉପକୃତ ହେବେ। ସେମାନଙ୍କ ପାଇଁ ୫ ବର୍ଷିଆ ଇ-ଭିସା ଜାରି କରାଯାଇଥିଲା। ଏଥି ସହିତ ସବୁ ଦେଶର ନାଗରିକମାନଙ୍କ ଲାଗି ନିୟମିତ କାଗଜ ଭିସାକୁ ସ୍ବାଭାବିକ କରାଯାଇଛି। ଏହି ନିଷ୍ପତ୍ତି ତତ୍କାଳ ଲାଗୁ କରାଯାଇଛି। କୋଭିଡ୍ ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ଏହି ଭିସାଗୁଡ଼ିକ ଉପରେ କଟକଣା ରହିଥିଲା। ଆମେରିକା ଓ ଜାପାନ ନାଗରିକଙ୍କୁ ଦିଆଯାଇଥିବା ୧୦ ବର୍ଷିଆ ଭିସାକୁ ମଧ୍ୟ ସ୍ବାଭାବିକ କରାଯାଇଛି। ଏହି ଦୁଇ ଦେଶର ନାଗରିକଙ୍କୁ ନୂଆ ୧୦ ବର୍ଷିଆ ଭିସା ଜାରି କରାଯିବ। ପର୍ଯ୍ୟଟକ ଭିସା ଓ ଇ-ଭିସାକୁ ବ୍ୟବହାର କରି କୌଣସି ଦେଶଣ ନାଗରିକ ସ୍ଥଳ ଭାଗ କିମ୍ବା ନଦୀ ପଥରେ ଭାରତ ପ୍ରବେଶ କରିପାରିବେ ନାହିଁ। ଆଫଗାନିସ୍ତାନ ନାଗରିକମାନଙ୍କ ଲାଗି ଏହି କଟକଣା ଲାଗୁ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe