ୱାର୍କସପ୍‌ ସେଡ୍‌ରେ ସାନିଟାଇଜର, ମାସ୍କ ଉତ୍ପାଦନ କରୁଛି ପୂର୍ବତଟ ରେଳପଥ

ୱାର୍କସପ୍‌ ସେଡ୍‌ରେ ସାନିଟାଇଜର, ମାସ୍କ ଉତ୍ପାଦନ କରୁଛି ପୂର୍ବତଟ ରେଳପଥ

Policenama

ଭୁବନେଶ୍ବର: କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ବିରୋଧରେ ଲଢ଼ିବାକୁ ପୂର୍ବତଟ ରେଳପଥ ଏକ ଆହ୍ବାନ ରୂପେ ଗ୍ରହଣ କରିଛି। ଗୋଟେ ପଟେ ଏହି ରେଳପଥ ସାରା ଦେଶକୁ ଅତ୍ୟାବଶ୍ୟ ପଦାର୍ଥ ଯଥା ଶକ୍ତି ଉତ୍ପାଦନ ସ୍ଥଳୀ ଗୁଡ଼ିକୁ କୋଇଲା, ସାଧାରଣ ବିତରଣ ପ୍ରଣାଳୀ ପାଇଁ ଖାଦ୍ୟଶସ୍ୟ, ପରିବହନ କ୍ଷେତ୍ରଗୁଡ଼ିକୁ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦ ଆଦି ପରିବହନ କରୁଥିବାବେଳେ ଅନ୍ୟପଟେ ରେଳ ଡବାଗୁଡ଼ିକୁ ସଂଗରୋଧ ପାଇଁ ରୂପାନ୍ତର କରୁଛି।

ଏବେ ପୂର୍ବତଟ ରେଳପଥ ଏକ ପ୍ରଶଂସନୀୟ କାର୍ଯ୍ୟ ହାତକୁ ନେଇ କୋଭିଡ୍‌-୧୯ ସଂକ୍ରମଣ ସମୟରେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ଦୃଷ୍ଟିରେ ରଖି ଏହି ରେଳପଥର ୱାର୍କସପ, ସେଡ୍‌ ଓ ଡିପୋ ଗୁଡ଼ିକରେ ମାସ୍କ, ସାନିଟାଇଜର ସହ ଅନ୍ୟାନ୍ୟ ଉପକରଣ ଉତ୍ପାଦନ କରିବାରେ ଲାଗିପଡ଼ିଛି। ପୂର୍ବତଟ ‌ରେଳପଥର ତିନିଟି ରେଳମଣ୍ଡଳ ସେମାନଙ୍କର ସମସ୍ତ ସାଧନ ବିନିଯୋଗ କରି ମାସ୍କ ଓ ସାନିଟାଇଜର ଉତ୍ପାଦନ କରୁଛନ୍ତି। ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ପୂର୍ବତଟନ ରେଳପଥ ୨୪,୩୧୪ ଟି ମାସ୍କ ଓ ୪୩୦ ଲିଟର ସାନିଟାଇଜର ପ୍ରସ୍ତୁତ କରିଛି। ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ତାର କୋଚିଂ ଡିପୋ ଗୁଡ଼ିକରେ ଯଥା ଭୁବନେଶ୍ବର ଓ ପୁରୀରେ ୭୦୦ ମାସ୍କ ତିଆରି କରିଥିବାବେଳେ ଅନୁଗୁଳ ବିଦ୍ୟୁ ଲୋକୋ ସେଡ୍‌ରେ ୫୦ ଲିଟର ସାନିଟାଇଜର୍‌ ପ୍ରସ୍ତୁତ କରିଛି। ସେହିପରି ୱାଲଟିୟର ରେଳମଣ୍ଡଳ ୨୦ ହଜାର ମାସ୍କ ତିଆରି କରିଥିବାବେଳେ ବିଶାଖାପାଟଣା ଡିଜେଲ ଲୋକୋ ସେଡ୍‌ ୩୦୦ ଲିଟର ସାନିଟାଇଜର ପ୍ରସ୍ତୁତ କରିଛି। ସେହିଭଳି ମଞ୍ଚେଶ୍ବର ରେଳ ଡବା କାରଖାନା ୧୨୦୦ ମାସ୍କ ଓ ୭୦ ଲିଟର ସାନିଟାଇଜର ପ୍ରସ୍ତୁତି କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରସ୍ତୁତିର ଦର ବଜାର ଦର ଠାରୁ ଏକ ଦଶମାଂସ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଫର୍ମୁଲା ଅନୁସାରେ ଏହି ସାନିଟାଇଜର ଗୁଡ଼ିକ ପ୍ରସ୍ତୁତ ହେଉଛି। ଆଇଏସଓ ପ୍ରୋପାଇଲ ଆଲକୋହଲ, ହାଇଡ୍ରୋଜେନ, ପେରୋକ୍‌ସାଇଡ୍‌, ଗ୍ଲିସେରିନ୍‌ ଏବଂ ଡି‌ଷ୍ଟଲ୍ ୱାଟର ଆଦି ଉପାଦାନ ନେଇ ସାନିଟାଇଜର ପ୍ରସ୍ତୁତ କରାଯାଇଛି। କର୍ତ୍ତବ୍ୟକୁ ଯାଉଥିବା ରେଳ କର୍ମଚାରୀମାନଙ୍କୁ ଏହି ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe