ନୂଆଦିଲ୍ଲୀ: ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଆଧାର କେୱାଇସି ନିୟମକୁ ସରକାର କୋହଳ କରିଛନ୍ତି। ଅର୍ଥ ମନ୍ତ୍ରାଳୟର ରାଜସ୍ବ ବିଭାଗ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ସହିତ ସ୍ପଷ୍ଟୀକରଣ ଜାରି ହୋଇଛି। ପୂର୍ବରୁ ଦେଶର କେତେକ ଗଣମାଧ୍ୟମରେ ସରକାର ଆଧାରରେ ଠିକଣା ବଦଳାଇବା ନିୟମକୁ କୋହଳ କରିଛନ୍ତି ବୋଲି ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ କାମ କରିବା କିମ୍ବା ଅନ୍ୟ କୌଣସି କାରଣ ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ବ୍ୟକ୍ତିମାନଙ୍କ ସୁବିଧା ପାଇଁ ଏହି ପଦକ୍ଷେପ ନିଆଯାଇଛି।
କୋହଳ ହେଲା ଆଧାର କେୱାଇସି ନିୟମ
Advertisment
Follow Us