ସରକାରୀ ବ୍ୟାଙ୍କରୁ ସହଜରେ ମିଳିବ ଋଣ

Advertisment

ଋଣ ଦେବା ପୂର୍ବରୁ ‘ଚେହେରା ପଢ଼ିବ’ ବ୍ୟାଙ୍କ

ଋଣ ଦେବା ପୂର୍ବରୁ ‘ଚେହେରା ପଢ଼ିବ’ ବ୍ୟାଙ୍କ

ମୋବାଇଲ ପଞ୍ଜୀକରଣ ନକଲେ ବନ୍ଦ ହୋଇଯିବ ଏସବିଆଇର ନେଟ୍ ବ୍ୟାଙ୍କିଙ୍ଗ୍ ସେବା

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କରୁ ଋଣ ପାଇବା ପାଇଁ ଯେଉଁମାନେ ଉଦ୍ୟମ କରିଛନ୍ତି ସେମାନେ ଜାଣିଥିବେ ତାହା ମିଳିବା କେତେ କଷ୍ଟକର। ଖୁବ୍‌ଶୀଘ୍ର ଏହି ସ୍ଥିତି ବଦଳିବ। ଲୋକମାନେ ଅତି ସହଜରେ ସରକାରୀ ବ୍ୟାଙ୍କରୁ ଋଣ ପାଇବେ। ବ୍ୟାଙ୍କ ଶାଖାକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ଅନ୍‌ଲାଇନ୍‌ରେ ଋଣ ପାଇଁ ଆବେଦନ କରିହେବ।
ଏଥିପାଇଁ ସରକାର ଏକ ନୂଆ ପୋର୍ଟାଲ୍‌ ବିକଶିତ କରୁଛନ୍ତି। ସେଥିରେ ସବୁ ସରକାରୀ ବ୍ୟାଙ୍କଙ୍କୁ ସାମିଲ କରାଯିବ। ଗ୍ରାହକମାନେ ପୋର୍ଟାଲ୍‌ରେ ଋଣ ପାଇଁ ଆବେଦନ କରିପାରିବେ। ଆବେଦନ କରୁଥିବା ଗ୍ରାହକଙ୍କୁ ଋଣ ଦେବା ପାଇଁ ସରକାରୀ ବ୍ୟାଙ୍କଗୁଡ଼ିକ ନିଜ ନିଜ ଭିତରେ ପ୍ରତିଦ୍ୱନ୍ଦିତା କରିବେ। ଗ୍ରାହକଙ୍କୁ ଯେଉଁ ବ୍ୟାଙ୍କର ଅଫର୍‌ ଭଲ ଲାଗିବ ତାହାକୁ ସେ ଗ୍ରହଣ କରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପୋର୍ଟାଲ୍‌ ଜରିଆରେ ଗ୍ରାହକମାନେ ବ୍ୟକ୍ତିଗତ, ଗାଡ଼ି, ଖୁଚୁରା ଓ ଗୃହ ଋଣ ପାଇଁ ଆବେଦନ କରିପାରିବେ। ପରବର୍ତ୍ତି ପର୍ଯ୍ୟାୟରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ମଧ୍ୟ ଏହି ପୋର୍ଟାଲ୍‌କୁ ବ୍ୟବହାର କରି ଋଣ ପାଇପାରିବେ।କିଛି ଦିନ ତଳେ ଏହି ପ୍ରସ୍ତାବିତ ପୋର୍ଟାଲ୍‌ ବିଷୟରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ବ୍ୟାଙ୍କଗୁଡ଼ିକ ସହିତ ଆଲୋଚନା କରାଯାଇଥିଲା। ବ୍ୟାଙ୍କଗୁଡ଼ିକ ଏନେଇ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି। ପୋର୍ଟାଲ୍‌କୁ କିଭଳି କାର୍ଯ୍ୟକାରୀ କରାଯିବ ସେ ନେଇ ବ୍ୟାଙ୍କଗୁଡ଼ିକ ଆହୁରି ଆଲୋଚନା କରିବେ।ଏବେ ପ୍ରଚଳିତ ଥିବା ବ୍ୟବସ୍ଥା ଅନୁସାରେ, ସରକାରୀ ବ୍ୟାଙ୍କରୁ ଋଣ ପାଇବାକୁ ହେଲେ ଅନେକ କାଗଜପତ୍ର ଦାଖଲ କରିବାକୁ ପଡୁଛି।

ଋଣ ଦେବା ପୂର୍ବରୁ ‘ଚେହେରା ପଢ଼ିବ’ ବ୍ୟାଙ୍କ
ନୂଆଦିଲ୍ଲୀ: ବିଜୟ ମାଲ୍ୟାଙ୍କ ଭଳି ଋଣ ଖିଲାପୀ ବ୍ୟାଙ୍କରୁ ଋଣ ନେବା ପୂର୍ବରୁ ଆଗୁଆ ଧରାପଡ଼ିବେ। ଏକ ଘରୋଇ ବ୍ୟାଙ୍କ ପକ୍ଷରୁ ‘ଫେସ୍‌ ରିଡିଂ (ଚେହେରା ପଢ଼ିବା) ପ୍ରଯୁକ୍ତି ବିକଶିତ କରିବା ପାଇଁ ଗୁଜରାଟ ଷ୍ଟେଟ୍‌ ଫୋରେନ୍‌୍‌ସିକ୍‌ ସାଇନ୍ସ ବିଶ୍ୱବିଦ୍ୟାଳୟକୁ କୁହାଯାଇଛି। ଋଣ ଦେବା ବେଳେ ବ୍ୟାଙ୍କ ସେହି ପ୍ରଯୁକ୍ତିକୁ ବ୍ୟବହାର କରିବ। ଯଦି କୌଣସି ବ୍ୟକ୍ତି ଋଣ ଠକେଇ କରିବାର ଅଭିପ୍ରାୟ ରଖିଥିବେ ତେବେ ସେ ଧରାପଡ଼ିଯିବେ। ଏହି ପ୍ରଯୁକ୍ତିରେ ଅନେକ ବ୍ୟବସ୍ଥା ରହିଛି। ଋଣ ମାଗିବାକୁ ଆସିଥିବା ଗ୍ରାହକଙ୍କ ସୂକ୍ଷ୍ମ ଭାବକୁ ଏହା ପଢ଼ିପାରିବ। ଗ୍ରାହକଙ୍କ କଥାବାର୍ତା, ଓଠ ଓ ଆଖି ଉପରେ ଏହା ନଜର ରଖିବ। ୧/୨୫ ସେକେଣ୍ଡ୍‌ ଭିତରେ ଏହା ଠକ ଗ୍ରାହକଙ୍କୁ ଧରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe