ଏକ ଲିଟର ପେଟ୍ରୋଲ୍‌ରେ ୧୦୦କିମି, ୧୨୦ କିମି ଓ ୨୫୦ କିମି ପର୍ଯ୍ୟନ୍ତ ଚାଲିବ କାର୍‌ ! ଇକୋ ମାରାଥନରେ ହେଲା ପରୀକ୍ଷାମୂଳକ ଡ୍ରାଇଭ୍‌

Advertisment
ଏକ ଲିଟର ପେଟ୍ରୋଲ୍‌ରେ ୧୦୦କିମି, ୧୨୦ କିମି ଓ ୨୫୦ କିମି ପର୍ଯ୍ୟନ୍ତ ଚାଲିବ କାର୍‌ ! ଇକୋ ମାରାଥନରେ ହେଲା ପରୀକ୍ଷାମୂଳକ ଡ୍ରାଇଭ୍‌

ଚେନ୍ନାଇ: ଗୋଟିଏ କାର୍‌ ୧ ଲିଟର୍‌ ତେଲରେ ସର୍ବାଧିକ କେତେ କିଲୋମିଟର ଚାଲିପାରିବ? ଆପଣ କହିପାରନ୍ତି ଅତି ବେଶୀରେ ୩୦ କିଲୋମିଟର। ଗତ ସପ୍ତାହରେ ମୁମ୍ବାଇ ଏସ୍‌ଆର୍‌ଏମ୍‌ ୟୁନିଭର୍ସିଟିର ଏକ ଛାତ୍ର ଦଳ ଏକ ପ୍ରୋଟୋଟାଇପ୍‌ ଟେଷ୍ଟ୍‍ କରିଛନ୍ତି, ଯେଉଁଥିରେ ଏକ କାର ପ୍ରତି ଲିଟର୍‌ ତେଲରେ ପ୍ରାୟ ୧୦୦ କିଲୋମିଟର ମାଇଲ୍‌ଏଜ୍‌ ପ୍ରଦାନ କରିବ ବୋଲି ସୂଚନା ରହିଛି। ଏମାନଙ୍କ ପରେ ବିଆଇଟିଏସ୍‌ ପିଲାନିର ଏକ ଦଳ ଗୋଟିଏ କାର୍‌ ପ୍ରଦର୍ଶିତ କଲେ, ଯାହାକି ୧ ଲିଟର ତେଲ ପିଛା ୧୨୦ କିଲୋମିଟର ମାଇଲ୍‌ଏଜ୍‌ ଦେଖାଇଲା। ସେହିପରି ମୁମ୍ବାଇର କେଜି ସୋମିଆ କଲେଜର ଏକ ଛାତ୍ର ଦଳ ପ୍ରସ୍ତୁତ କରିଥିବା କାର୍‌ ୧ ଲିଟର ତେଲରେ ୨୫୦ କିଲୋମିଟର ମାଇଲ୍‌ଏଜ୍‌ ଦେଖାଇବା ସହ ସୁମଦାୟ ୨୦ ଜଣ ପ୍ରତିନ୍ଦ୍ୱନ୍ଦୀଙ୍କ ଭିତରୁ ସଫଳତା ଅର୍ଜନ କରିଛନ୍ତି।

ଏହି ୩ ଦଳ ଚଳିତବର୍ଷର ଚେନ୍ନାଇରେ ଆୟୋଜିତ ହୋଇଥିବା ‘ସେଲ୍‌ ଇକୋ ମାରାଥନ’ରେ ଅଂଶ ଗ୍ରହଣ କରିଥିଲେ। ଏହି ମାରାଥନରେ ଭାଗ ନେଇଥିବା ୨୦ ଦଳଙ୍କ ମଧ୍ୟରୁ ଏମାନେ ଶୀର୍ଷ ତିନ୍‌ରେ ଅଛନ୍ତି।

ସେଲ୍‌ ଇଣ୍ଡିଆର ଅଧ୍ୟକ୍ଷ ନିତିନ ପ୍ରସାଦ କହିଛନ୍ତି କି ‘ଇକୋ ମାରାଥନ ଏପରି ଏକ କାର୍ଯ୍ୟକ୍ରମ ଯାହାକି ଛାତ୍ରମାନଙ୍କୁ ଅଳ୍ପ ତେଲ୍‌ରେ ବେଶି କିଲୋମିଟର ଚାଲିପାରୁଥିବା ଗାଡ଼ି ନିର୍ମାଣ କରିବାକୁ ପ୍ରୋତ୍ସାହିତ କରିଥାଏ।’

ଚଳିତବର୍ଷ ପ୍ରଥମ ଥର ପାଇଁ ଏହି ମାରାଥନ ଭାରତର ଚେନ୍ନାଇସ୍ଥିତ ମୋଟର୍‌ ରେସ୍‌ ଟ୍ରାକ୍‌ରେ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ଅଂଶ ଗ୍ରହଣ କରି ନିଜର କୌଶଳ ଜରିଆରେ ଅଳ୍ପ ଶକ୍ତି ବ୍ୟୟ କରି ଯାନ ଚଳାଇବାରେ ସଫଳତା ସାଉଁଟିବାକୁ ଉତ୍ସାହ ଦିଏ। ଚଳିତବର୍ଷ ଛାତ୍ର ଦଳ ଏହି ମାରାଥନ୍‌ରେ ୨ଟି ଶ୍ରେଣୀରେ ଭାଗ ଗ୍ରହଣ କରିଥିଲେ। ଗୋଟିଏ ହେଉଛି ପ୍ରୋଟୋଟାଇପ୍‌, ଅନ୍ୟଟି ହେଉଛି ଅର୍ବାନ କନ୍‌ସେପ୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe