ଜୁନ୍‌ ମାସରୁ ଆରମ୍ଭ ହୋଇ ଜୁଲାଇ ମାସରେ ଗତିଶୀଳ ହେବ ଆର୍ଥିକ ସୁଧାର: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର

Advertisment
ଜୁନ୍‌ ମାସରୁ ଆରମ୍ଭ ହୋଇ ଜୁଲାଇ ମାସରେ ଗତିଶୀଳ ହେବ ଆର୍ଥିକ ସୁଧାର: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର

Image Courtesy of Reuters

ନୂଆଦିଲ୍ଲୀ: ୨୦୨୧ ଜୁନ୍‌ ମାସରୁ ଆରମ୍ଭ ହୋଇ ଜୁଲାଇ ମାସରେ ଆର୍ଥିକ ସୁଧାର ଗତିଶୀଳ ହେବ ବୋଲି ଶନିବାର ଦିନ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି।

ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ରାଜୀବ କୁମାର କହିଛନ୍ତି, ଅର୍ଥନୀତି ସୁଧୁରିବା ଆରମ୍ଭ ହେବା ପରେ ଅଭିବୃଦ୍ଧି ଆକଳନ ସଂଶୋଧନ କରାଯାଇ ପାରିବ। ୨୦୨୧ ଜୁନ୍‌ରୁ ଆରମ୍ଭ ହୋଇ ଜୁଲାଇରେ ଆର୍ଥିକ ସୁଧାର ବେଗଶୀଳ ହେବ।

publive-image Image Courtesy of Money Control

ନୀତି ଆୟୋଗର ଉପାଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାଭାଇରସ୍‌ର ଦ୍ବିତୀୟ ପ୍ରବାହାଜନିତ ପ୍ରଭାବ କାରଣରୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଆର୍ଥିକ ବର୍ଷ-୨୨ର ‘ଜିଡିପି’ ୧୦.୫%ରୁ ୯.୫%କୁ ହ୍ରାସ କରିଛନ୍ତି। କିନ୍ତୁ, ଏହା ଆମ ଆର୍ଥିକ ବର୍ଷର ପ୍ରଥମ ତିନି ମାସକୁ ପ୍ରଭାବିତ କରିବ ବୋଲି ମଧ୍ୟ ସେ କହିଛନ୍ତି। ମହାମାରୀ ପରେ ଆର୍ଥିକ ସୁଧାରର ବେଗ ଲୋକମାନଙ୍କୁ ଚମତ୍କୃତ କରିବ ବୋଲି ସେ କହିଛନ୍ତି। ତାଙ୍କ ମତରେ, ଆର୍ଥିକ ବର୍ଷ ୨୨ରେ ଆମ ଅର୍ଥନୀତି ୧୦%ରୁ ୧୦.୫% ବେଗରେ ଗତିଶୀଳ ହେବ।

ସେ ପୁଣି କହିଛନ୍ତି, ଅଭିବୃଦ୍ଧି ପାଇଁ ଆର୍ଥିକ ସହାୟତା ପ୍ରଦାନ ପୂର୍ବରୁ ସରକାର ଗ୍ରାହକମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଉଦ୍ରେକ କରାଇବା ଉଚିତ। ତେବେ, ଯାଇ ସେମାନେ ଖର୍ଚ୍ଚ କରିବେ ଏବଂ ଆମ ଅର୍ଥନୀତି ସୁଧୁରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe