ଅର୍ଥନୈତିକ ଗଣନା ତଥ୍ୟ ସଂଗ୍ରହ ସମୟ ଛଅ ମାସ ବଢ଼ିଲା

Advertisment
ଅର୍ଥନୈତିକ ଗଣନା ତଥ୍ୟ ସଂଗ୍ରହ ସମୟ ଛଅ ମାସ ବଢ଼ିଲା

The Financial Express

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସପ୍ତମ ଅର୍ଥନୈତିକ ଗଣନାର ତଥ୍ୟ ସଂଗ୍ରହ ସମୟ ସୀମାକୁ ଆଉ ଛଅ ମାସ ବଢ଼ାଇ ଦେଇଛନ୍ତି। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ତରଫରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ କୁହାଯାଇଛି ଯେ ତଥ୍ୟ ସଂଗ୍ରହ ସମୟ ସୀମାକୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦେଶର ଅଣ ସଂଗଠିତ କ୍ଷେତ୍ରର ଏକ ସ୍ପଷ୍ଟ ଚିତ୍ର ହାସଲ କରିବା ଲାଗି ଅର୍ଥନୈତିକ ଗଣନା କରାଯାଇଥାଏ। ଗତବର୍ଷ ଜୁଲାଇ ୨୯ରୁ ଏହି ଗଣନା ଆରମ୍ଭ ହୋଇଛି। ପ୍ରତି ପାଞ୍ଚ ବର୍ଷରେ ଥରେ ଅର୍ଥନୈତିକ ଗଣନ କରାଯାଇଥାଏ। ଏଥରର ଗଣନା ପାଇଁ କ୍ଷେତ୍ରରେ ୧ନିୟୁତରୁ ଅଧିକ ଲୋକଙ୍କୁ ନିୟୋଜିତ କରାଯାଇଛି। ସେମାନେ ଘର ଘର ବୁଲି ଏବଂ ସବୁ ପ୍ରକାର ବାଣିଜ୍ୟିକ ସଂସ୍ଥା ପାଖରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି। କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାରୁ ସମସ୍ତ ପ୍ରକାର ଅର୍ଥନୈତିକ ସର୍ବେକ୍ଷଣ ଉପରେ ସରକାର ରୋକ ଲଗାଇଛନ୍ତି। ବେକାରି ହାର ଜାଣିବା ଏବଂ ସ୍ଥାନୀୟ ପର୍ଯ୍ୟଟନ ସଂକ୍ରାନ୍ତ ଗଣନା ମଧ୍ୟ ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe