ଅର୍ଥନୈତିକ ସର୍ଭେ ରିପୋର୍ଟ ମୁଖ୍ୟାଂଶ

Advertisment
ଅର୍ଥନୈତିକ ସର୍ଭେ ରିପୋର୍ଟ ମୁଖ୍ୟାଂଶ

Business Today

ଭାରତୀୟ ରାଜାଙ୍କ ଭଳି ପଦକ୍ଷେପ ନିଅ
ଭାରତୀୟ ରାଜାମାନେ ଦୁର୍ଭିକ୍ଷ ଓ ମରୁଡ଼ି ସମୟରେ ରାଜପ୍ରାସାଦ ନିର୍ମାଣ କରି ଲୋକମାନଙ୍କୁ ନିଯୁକ୍ତି ଦେବା ପଦକ୍ଷେପ ଗ୍ରହଣ କରୁଥିଲେ। ଯଦିଓ ସେଭଳି ଜଟିଳ ସମୟରେ ସେହି ପଦକ୍ଷେପ ଗୋଟିଏ ଦୃଷ୍ଟିରୁ ଦେଖିଲେ ଅନ୍ୟାୟ ଭଳି ମନେ ହେଉଛି କିନ୍ତୁ ଏହା ଲୋକମାନଙ୍କୁ ଜୀବିକା ଦେଇଥାଏ। ତେଣୁ ଲୋକମାନଙ୍କ ଭଲ ପାଇଁ ସ୍ଥିତିର ବିପରିତ ହେଉଥିଲେ ମଧ୍ୟ ସେଭଳି ପଦକ୍ଷେପ ଗ୍ରହଣ କରିବାକୁ ସର୍ଭେରେ ସୁପାରିସ କରାଯାଇଛି।

ଟିକସ ଅଭିଯୋଗ ସମାଧାନ ବ୍ୟବସ୍ଥା ଦୃଢ଼ ହେଉ
ଟିକସକୁ ନେଇ ଆସୁଥିବା ଅଭିଯୋଗଗୁଡ଼ିକର ଶୁଣାଣି ଓ ସମାଧାନ ବ୍ୟବସ୍ଥା ଦୁର୍ବଳ ରହିଛି। ଏହାକୁ ଅଧିକ ଦୃଢ଼ କରିବା ଲାଗି ସର୍ଭେରେ ସୁପାରିସ କରାଯାଇଛି। ଅଭିଯୋଗ ଶୁଣାଣି ପାଇଁ ଅଧିକ କ୍ଷମତା ଦେବା ଏବଂ ଏହି ବ୍ୟବସ୍ଥାକୁ ସ୍ବାଧୀନ ରଖିବା ଲାଗି ସର୍ଭେରେ କୁହାଯାଇଛି। ବ୍ରିଟେନ୍, କାନାଡା ଓ ଆମେରିକାରେ ସ୍ବାଧୀନ ଟିକସ ଲୋକପାଳ ରହିଛନ୍ତି। ଭାରତରେ ମଧ୍ୟ ସେଭଳି ବ୍ୟବସ୍ଥା କରିବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି।

ଭାରତ ବିଶ୍ବର ଫାର୍ମାସି
ଭାରତ ବିଶ୍ବର ଫାର୍ମାସି ଭାବେ ଉଭା ହୋଇଛି ବୋଲି ସର୍ଭେରେ କୁହାଯାଇଛି। ଔଷଧ ଓ ଫାର୍ମା ଉତ୍ପାଦ, ସଫ୍‌ଟଓୟାର ଓ କୃଷିଜାତ ସାମଗ୍ରୀ ରପ୍ତାନିରେ ବୃଦ୍ଧି ଘଟିଛି। ବିଶେଷ କରି ଔଷଧ ରପ୍ତାନିରେ ଭାରତ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି। ଦୀର୍ଘ ୧୭ ବର୍ଷର ବ୍ୟବଧାନ ପରେ ପ୍ରଥମ ଥର ଲାଗି ଭାରତର ରପ୍ତାନି ପରିମାଣ ଆମଦାନି ଠାରୁ ଅଧିକ ହେବ ବୋଲି ସର୍ଭେରେ ଆକଳନ କରାଯାଇଛି।

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯାଆନ୍ତୁ ଷ୍ଟକ ବଜାର
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସଂସ୍ଥାଗୁଡ଼ିକରେ ଥିବା ବୋର୍ଡର ପୁନର୍ଗଠନ କରିବା ଲାଗି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆହ୍ବାନ ଦିଆଯାଇଛି। କଂପାନିର ପରିଚାଳନା ସ୍ବାଧୀନତା ଓ କର୍ପୋରେଟ୍ ପ୍ରଶାସନରେ ଉନ୍ନତି ଆଣିବା ଲାଗି କଂପାନିଗୁଡ଼ିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି।

ବାଲାଂଦେଶଠୁ ଶିକ୍ଷା
ରପ୍ତାନିରେ କିଭଳି ଭାରତ ଠାରୁ ବାଲାଂଦେଶ ଆଗୁଆ ହୋଇଛି ସେ ବିଷୟରେ ସର୍ଭେରେ ଉଲ୍ଲେଖ କରାଯାଇଛି। ବାଲାଂଦେଶ ରପ୍ତାନିର ୯୦% ଭାଗ ପାଞ୍ଚଟି ସାମଗ୍ରୀ କବ୍‌ଜାରେ ରହିଛି। ତାହା ପୋଷାକ, ବସ୍ତ୍ର ଓ ଜୋତା ଶିଳ୍ପରେ ରହିଛି। ଏହି ଶିଳ୍ପଗୁଡ଼ିକରେ ବିପୁଳ ପରିମାଣର ଶ୍ରମ ଶକ୍ତି ଦରକାର। କିନ୍ତୁ ଭାରତର ପ୍ରମୁଖ ପାଞ୍ଚଟି ରପ୍ତାନି ସାମଗ୍ରୀର ମୋଟ୍ ରପ୍ତାନି ପ୍ରତି ଅବଦାନ ହେଉଛି ମାତ୍ର ୪୦ ପ୍ରତିଶତ।

ନିବେଶକ ନିରାଶ
ଅର୍ଥନୈତିକ ସର୍ଭେ ଆଜି ନିବେଶକମାନଙ୍କୁ ନିରାଶ କରିଛି। ଅର୍ଥମନ୍ତ୍ରୀ ସଂସଦରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବା ଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ୫୮୮.୫୯ ପଏଣ୍ଟ ତଳକୁ ଖସି ୪୬୨୮୫.୭୭ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍‌ଟି ମଧ୍ୟ ୧୮୨.୯୫ ପଏଣ୍ଟ ହ୍ରାସ ଘଟି ୧୩୬୩୪.୬୦ ପଏଣ୍ଟରେ ବନ୍ଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe