ଗୃହରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ : ହ୍ରାସ ପାଇବ ଅଭିବୃଦ୍ଧି ହାର

ଗୃହରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ : ହ୍ରାସ ପାଇବ ଅଭିବୃଦ୍ଧି ହାର

ଭୁବନେଶ୍ବର: ରାଜ୍ୟ ବଜେଟ୍ ଉପସ୍ଥାପନ ହେବା ପୂବ‌ର୍ରୁ ବିଧାନସଭାରେ ଆର୍ଥିକ ବର୍ଷ ୨୦୧୯-୨୦୨୦ ଲାଗି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଏହି ରିପୋର୍ଟ ଅନୁସାରେ ରାଜ୍ୟର ଅଭିବୃଦ୍ଧି ହାର ହ୍ରାସ ପାଇଛି। ଗତ ବର୍ଷ ରାଜ୍ୟର ଅଭିବୃଦ୍ଧି ହାର ୭.୯୦ ଥିବା ବେଳେ ଚଳିତ ସର୍ଭେରେ ଏହା ୬.୧୬କୁ ହ୍ରାସ ପାଇଥିବା ଉଲ୍ଲେଖ ରହିଛି। ଫନି ବାତ୍ୟା ଜନିତ  କ୍ଷୟକ୍ଷତି ଏବଂ କୃଷି ଉତ୍ପାଦନ ହ୍ରାସ  ଯୋଗୁଁ ଅର୍ଥନୀତି ମନ୍ଥର ହେବା ଫଳରେ  ଅଭିବୃଦ୍ଧି ହାର କମିବ ବୋଲି ରିପୋର୍ଟରେ କୁହାଯାଇଛି।  ଗତବର୍ଷ ଖଣି ଓ ନିର୍ମାଣ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି। ଜାତୀୟ ଅର୍ଥନୀତିରେ ମଧ୍ୟ ଅଭିବୃଦ୍ଧି ହାର ୫% ପ୍ରତିଶତ ହ୍ରାସ ପାଇବ ବୋଲି ଆକଳକ ନରାଯାଉଛି।

publive-image odishaassembly.nic.in

ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୧୮-୧୯ ବର୍ଷରେ  ରାଜ୍ୟରେ ମୁଣ୍ଡପିଛା ଆୟ ୯୫,୧୬୪ ଟଙ୍କା ଥିବା ବେଳେ ଏହା ଚଳିତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ ୧, ୦୧,୫୮୭ ଟଙ୍କା ହେବ। ସ‌ର୍ଭେ ରିପୋର୍ଟ ଅନୁସାରେ, ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ନେଟ୍  ଘରୋଇ ଉତ୍ପାଦ ୬.୭୫ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ଜାତୀୟ ମୁଣ୍ଡପିଛା ଆୟ ୧,୩୫,୦୫୦ ରହିବ ବୋଲି ଜଣାପଡ଼ିଛି। ଗତ ଆର୍ଥିକ ବର୍ଷରେ ଜାତୀୟ ମୁଣ୍ଡପିଛା ଆୟ ୧,୨୬,୪୦୬ ଟଙ୍କା ଥିଲା, ତେଣୁ ଚଳିତ ଆର୍ଥିକ ବର୍ଷରେ ଏହା ୬.୮୪ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆକଳନ ହୋଇଛି।

ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାର ଅର୍ଥନୀତିକୁ ସର୍ବାଧିକ ସହାୟକ ଅବଦାନ ମିଳିବ ସେବା କ୍ଷେତ୍ରରୁ। ଏହି କ୍ଷେତ୍ରରୁ ୪୦.୫୧ ପ୍ରତିଶତ ଅବଦାନ ମିଳିବ ବୋଲି ହିସାବ କରାଯାଇଛି। ସେହିପରି ଶିଳ୍ପ କ୍ଷେତ୍ରରୁ ୩୯.୬୦ ପ୍ରତିଶତ ଅବଦାନ ଆସିବ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ୧୯.୯୦ ପ୍ରତିଶତ ରହିବ।  ଅନ୍ୟ ପକ୍ଷରେ ଏହି ସମୟରେ  କୃଷି ଓ ଆନୁଷଙ୍ଗିକ କ୍ଷେତ୍ର‌ର ଅଭିବୃଦ୍ଧି ୭.୬୧ ପ୍ରତିଶତ, ଶିଲ୍ପ କ୍ଷେତ୍ରରେ ୪.୮୮ ପ୍ରତିଶତ ଓ ସେବା କ୍ଷେତ୍ରରେ ଅଭିବୃଦ୍ଧି ୬.୮୪ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe