ସୁଧାର ଦ୍ବାରଦେଶରେ ଅର୍ଥନୀତି: ଶକ୍ତିକାନ୍ତ

Advertisment

ଆଉ ଏକ ପ୍ୟାକେଜ୍ ଆସିବ

ଆଉ ଏକ ପ୍ୟାକେଜ୍ ଆସିବ

ସାରା ଦୁନିଆରେ ସୁଧାର ହେଉଛି: ଶକ୍ତିକାନ୍ତ

Image Courtesy of Zee Business

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦେଶର ଅର୍ଥନୀତି ସୁଧାର ପଥକୁ ଫେରୁଛି। ସୁଧାର ପ୍ରକ୍ରିୟା ଦ୍ବାରଦେଶରେ ଦେଶ ପହଞ୍ଚିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। କରୋନା ପାଇଁ ଦେଖାଦେଇଥିବା ଆହ୍ବାନକୁ ନୀତି ନିର୍ଧାରକମାନେ ଅତିକ୍ରମ କରିପାରିବେ ବୋଲି ସେ ବିଶ୍ବାସ ପ୍ରକଟ କରିଛନ୍ତି। ତେବେ ମହାମାରୀ ପରବର୍ତୀ ସମୟ ପାଇଁ ସରକାରଙ୍କୁ ଆର୍ଥିକ ରୂପରେଖ ବିଷୟରେ ଜଣାଇବାକୁ ପଡ଼ିବ ବୋଲି ଶକ୍ତିକାନ୍ତ କହିଛନ୍ତି।ମହାମାରୀ ଯୋଗୁଁ ଦେଖାଦେଇଥିବା ସ୍ଥିତିର ମୁକାବିଲା କରିବା ଲାଗି ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥାଗୁଡ଼ିକୁ ନିଜର ପାଣ୍ଠିକୁ ଦୃଢ଼ କରିବାକୁ ହେବ। ଏହା ହେଲେ ଅଭିବୃଦ୍ଧିକୁ ବଳ ମିଳିବ ବୋଲି ସେ କହିଛନ୍ତି।

ଆଗାମୀ ମାସଗୁଡ଼ିକରେ ଋଣ ପ୍ରଦାନକାରୀମାନେ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଦିଗରେ କାମ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ବ୍ୟାଙ୍କ ଓ ଅଣ ବ୍ୟାଙ୍କ କ୍ଷେତ୍ରରେ ପ୍ରଶାସନିକ ସଂସ୍କାର ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି ବୋଲି ସେ କହିଛନ୍ତି। ମହାମାରୀ ମୁକାବିଲା ଲାଗି ସରକାର ବର୍ତ୍ତମାନ ସୁଦ୍ଧା ଉତ୍ତମ ପଦକ୍ଷେପ ଗ୍ରହଣ କରିଛନ୍ତି। ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମ୍ପ୍ରସାରଣ କରିଛି ଓ ନୂତନ ଉପକରଣ ମୂତୟନ କରିଥିବା ସେ କହିଛନ୍ତି।

ଆଉ ଏକ ପ୍ୟାକେଜ୍ ଆସିବ
ନୂଆଦିଲ୍ଲୀ: ନିକଟରେ ପଞ୍ଚଦଶ ଅର୍ଥ ଆୟୋଗ ଅଧ୍ୟକ୍ଷ ଏନ୍‌ କେ ସିଂହଙ୍କ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଯଦି ଦରକାର ପଡ଼ିବ ତେବେ ଆଉ ଏକ ପ୍ୟାକେଜ୍ ଘୋଷଣା କରିବାକୁ ସରକାର କୁଣ୍ଠା ପ୍ରକାଶ କରିବେ ନାହିଁ। ସେ ‌ସେଦିନ ଯେଉଁ ସଙ୍କେତ ଦେଇଥିଲେ ତାହା ଖୁବ୍‌ଶୀଘ୍ର ବାସ୍ତବତାରେ ପରିଣତ ହେବାକୁ ଯାଉଛି। କରୋନା ମହାମାରୀର ପ୍ରଭାବକୁ ଦୂର କରିବା ଏବଂ ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ଲାଗି ଅର୍ଥ ମନ୍ତ୍ରଣାଳୟ ତରଫରୁ ଏକ ନୂଆ ପ୍ୟାକେଜ୍ ପ୍ରସ୍ତୁତ କରାଯାଉଛି। କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏହି ସମୟରେ ହିଁ ଅର୍ଥନୀତିକୁ ବଡ଼ ଧରଣର ସହାୟତା ଦରକାର ବୋଲି ସରକାର ଭାବୁଛନ୍ତି। ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜ କହିଛନ୍ତି ଯେ ଅର୍ଥନୀତି ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯିବା ଦରକାର ସେ ବିଷୟରେ ବିଭିନ୍ନ କ୍ଷେତ୍ର ଓ ମନ୍ତ୍ରଣାଳୟ ଠାରୁ ସରକାର ମତାମତ ହାସଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe