ଭୂଷଣ ଷ୍ଟିଲ୍‌ର ପୂର୍ବତନ ଏମ୍‌ଡିଙ୍କୁ ଗିରଫ କଲା ଇଡି

Advertisment
ଭୂଷଣ ଷ୍ଟିଲ୍‌ର ପୂର୍ବତନ ଏମ୍‌ଡିଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ : ଭୂଷଣ ଷ୍ଟିଲର ପୂର୍ବତନ ଏମ୍‌ଡି ନୀରଜ ସିଂହଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ୫୬ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଗିରଫ କରିଛି। ଗତକାଲି ଇଡି ତାଙ୍କ ବାସଭବନରେ ଯାଞ୍ଚ କରିବା ପରେ ଆଜି ତାଙ୍କୁ ପିଏମଏଲ ଆଇନ ୨୦୦୨ ଅଧୀନରେ ଗିରଫ କରିଛି। ସ୍ପେସାଲ ପିଏମଏଲଏ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ୧୦ ଦିନ ପାଇଁ ଅର୍ଥାତ୍ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନିଆଯାଇଛି। ମେସର୍ସ ଭୂଷଣ ଷ୍ଟିଲ୍ ଲିମିଟେଡ ଏବଂ ଅନ୍ୟମାନଙ୍କ ନାମରେ ଗୁରୁତର ଜାଲିଆତି ତଦନ୍ତ ସଂଗଠନ (ଏସଏଫଆଇଓ)ଅଭିଯୋଗ ରୁଜୁ କରିଥିଲା। ଉକ୍ତ ଅଭିଯୋଗ ଆଧାରରେ ଇଡି ତଦନ୍ତ ଆରମ୍ଭ କରିଥିଲା।

ଭୂଷଣ ଷ୍ଟିଲ ଲିମିଟେଡ ଏବଂ ଏହାର ନିର୍ଦ୍ଦେଶକ ଏକାଧିକ ଡମି/‌ଜାଲ କମ୍ପାନି ଗଠନ କରି ଗୋଟିଏ କମ୍ପାନିରୁ ଅନ୍ୟ କମ୍ପାନିକୁ ପାଣ୍ଠି ସ୍ଥାନାନ୍ତର କରିଥିବା ଜଣାପଡ଼ିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ପ୍ରତିଷ୍ଠାତା, ନିର୍ଦ୍ଦେଶକ ଏବଂ ଅଧିକାରୀମାନେ ମିଛ କାଗଜପତ୍ର ପ୍ରସ୍ତୁତ କରି ବ୍ୟାଙ୍କ ସମ୍ମୁଖରେ ଲେଟର ଅଫ୍ କ୍ରେଡିଟ୍ ପାଇଁ ଉପସ୍ଥାପନ କରିଥିଲେ। ଏଥିଯୋଗୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ‌କ୍ଷତି ସହିବାକୁ ପଡ଼ିଥିଲା। ଏହି ମାମଲାରେ ଇଡି ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା, ଆସାମରେ କାମରୁପ ଜିଲ୍ଲା ଏବଂ ହରିୟାଣାର ଫରିଦାବାଦରେ କମ୍ପାନିର ସଂପତ୍ତି ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe