ନୂଆଦିଲ୍ଲୀ: ୭୧୯ କୋଟି ଟଙ୍କାର ଚୀନ ଋଣ ଆପ୍ ସ୍କାମ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେରଳରୁ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ଦୁଇ ଜଣ ବ୍ୟକ୍ତି ପ୍ରାୟ ୫୦୦ରୁ ଅଧିକ ମ୍ୟୁଲ ଆକାଉଣ୍ଟ ଯୋଗାଡ଼ କରି ସେଗୁଡ଼ିକ ଜରିଆରେ ପ୍ରାୟ ୭୧୯ କୋଟି ଟଙ୍କା ଠକେଇ କରିଛନ୍ତି। ଗିରଫ ଦୁଇ ବ୍ୟକ୍ତି ହେଲେ ସୟିଦ ମହମ୍ମଦ ଏବଂ ଭର୍ଗିଜ ଟିଜି। ପିଏମ୍ଏଲ୍ଏ ୨୦୦୨ ଅଧୀନରେ ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି।
ଅଭିଯୁକ୍ତମାନେ ୱାଜିରଏକ୍ସରେ ୨୬ଟି କ୍ରିପ୍ଟୋକରେନ୍ସି ଆକାଉଣ୍ଟ ଖୋଲିଥିଲେ। ଏହା ଜରିଆରେ ବିଦେଶକୁ ୧୧୫.୬୭ କୋଟି ଟଙ୍କା ପଠାଯାଇଛି ବୋଲି ଇଡି କହିଛି। କେରଳ ଏବଂ ହରିୟାଣାର ପୀଡ଼ିତମାନେ ଏକାଧିକ ଏତଲା ରୁଜୁ କରିବା ପରେ ଇଡି ଅପରାଧୀମାନଙ୍କୁ ଧରିଛି। ଋଣ ଆପ୍କୁ ବ୍ୟବହାର କରି ପୀଡ଼ିତମାନେ ବିଭିନ୍ନ ତରିକାରେ ଠକେଇ କରୁଥିଲେ। ଅଗ୍ରିମ ଇଏମଆଇ ମାଗୁଥିଲେ ଏବଂ ମୋବାଇଲ ଫୋନରୁ ବ୍ୟକ୍ତିଗତ ତଥ୍ୟ ଚୋରିକରି ସେମାନଙ୍କୁ ବ୍ଲାକମେଲ୍ କରୁଥିଲେ। ଗିରଫ ବ୍ୟକ୍ତିମାନେ ମ୍ୟୁଲ୍ ଆକାଉଣ୍ଟ ଖୋଲିବା ପାଇଁ ମୋଟା ଅଙ୍କର ଅର୍ଥ ନେଇଛନ୍ତି।
Follow Us