୩୮ଟି ସ୍ଥାନରେ ଇଡି ଚଢ଼ଉ

Advertisment
ନିରବ ମୋଦିଙ୍କ ୨୧ଟି ସଂପତ୍ତି ଜବତ କଲା ଇଡି, ମୋଟ ମୂଲ୍ୟ ୫୨୩ କୋଟି

ମୁମ୍ବାଇ: ନିରବ ମୋଦିଙ୍କ ମୁମ୍ବାଇସ୍ଥିତ ଘର ସମେତ ତାଙ୍କ କମ୍ପାନିର କାର୍ଯ୍ୟାଳୟ, ସୋରୁମ୍‌ ଆଦିରେ ଆଜି ମଧ୍ୟ ପ୍ରବର୍ତନ ନିର୍ଦେଶାଳୟ(ଇଡି)ର ଚଢ଼ଉ ଜାରି ରହିଛି। ଇଡି ଆଜି ଦେଶର ୩୮ଟି ସ୍ଥାନରେ ଚଢ଼ଉ କରିଛି। ଆଜି ଚଢ଼ଉବେଳେ ଇଡି ଅଧିକାରୀମାନେ ୨୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି। ଜବତ ସମ୍ପତ୍ତି ମଧ୍ୟରେ ସୁନା, ନଗଦ ଅର୍ଥ ଓ ମୂଲ୍ୟବାନ ପ୍ରସ୍ତର ଆଦି ରହିଛି। କ୍ରମାଗତଭାବେ ପଞ୍ଚମ ଦିନ ପାଇଁ ଇଡିର ଚଢ଼ଉ ଜାରି ରହିଛି। ଏହି ପାଞ୍ଚ ଦିନ ମଧ୍ୟରେ ଇଡି ମୋଟ ୫୭୧୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।

ଏତଦ୍‌ବ୍ୟତୀତ ନିରବ ମୋଦି ଓ ତାଙ୍କ ମାମୁ ମେହୁଲ୍‌ ଚୋକ୍‌ସିଙ୍କୁ ଇଡି ଏହାର ମୁମ୍ବାଇସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଆସନ୍ତା ୨୩ ତାରିଖରେ ହାଜର ହେବା ନାଇଁ ନୋଟିସ ଜାରି କରିଛି। ଇଡି ଅଧିକାରୀମାନେ ଆଜି ଓ୍ଵର୍ଲିଠାରେ ଥିବା ନିରବଙ୍କ ସମୁଦ୍ର ମହଲ ବଙ୍ଗଳାରେ ଚଢ଼ଉ କରିଛନ୍ତି। ଏଥିସହିତ ଏହି ମାମଲାରେ ଇଡି ମୁମ୍ବାଇ, ପୁନେ, ଔରଙ୍ଗାବାଦ, ଥାନେ, କୋଲକାତା, ଦିଲ୍ଲୀ, ଲକ୍ଷ୍ନୌ, ବେଙ୍ଗାଲୁରୁ, ସୁରଟ ଆଦି ସହରରେ ଚଢ଼ଉ କରିଛି। ମୁମ୍ବାଇର ୧୦ଟି, ବିହାରର ୨ଟି, ଅହମ୍ମଦାବାଦର ୬ଟି, ଲକ୍ଷ୍ନୌର ୨ଟି, ଜଳନ୍ଧରରେ ୨ଟି, ଚେନ୍ନାଇରେ ୪ଟି, ହାଇଦ୍ରାବାଦର ୨ଟି ଜାଗାରେ ଚଢ଼ଉ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ ଗୁଡ଼ିକୁ ଏବେ ଯାଞ୍ଚ କରାଯାଉଛି। ଏହି ତଦନ୍ତର ଅନୁଧ୍ୟାନ କରିବା ପାଇଁ ଇଡି ନିର୍ଦେଶକ କର୍ଣ୍ଣଲ ସିଂହ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe