କ୍ରିପ୍ଟୋ ଏକ୍ସଚେଞ୍ଜ ’ୱାଜିରଏକ୍ସ’ରେ ଇଡି ଚଢ଼ଉ, ୬୪ କୋଟି ଜମା ଅଚଳ

Advertisment
କ୍ରିପ୍ଟୋ ଏକ୍ସଚେଞ୍ଜ ’ୱାଜିରଏକ୍ସ’ରେ ଇଡି ଚଢ଼ଉ, ୬୪ କୋଟି ଜମା ଅଚଳ

ନୂଆଦିଲ୍ଲୀ : କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ୱାଜିରଏକ୍ସର ୬୪.୬୭ କୋଟି ଟଙ୍କାର ବ୍ୟାଙ୍କ ଜମାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଅଚଳ କରିଛି। ମନି ଲଣ୍ଡରିଂ ମାମଲାର ତଦନ୍ତ କରିବାକୁ ଯାଇ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ନିକଟରେ ଜାନମାଇ ଲାବ୍‌ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକଙ୍କ ହାଇଦ୍ରାବାଦ ଠିକଣାରେ ଇଡି ଚଢ଼ଉ କରିଥିଲା। ଉକ୍ତ କମ୍ପାନିର ମାଲିକାନାରେ ୱାଜିରଏକ୍ସ ରହିଛି। ନିର୍ଦ୍ଦେଶକ ସମୀର ଏମ୍‌ହତ୍ରେ ତଦନ୍ତରେ ସହଯୋଗ କରୁ ନଥିବା ଇଡି ଅଭିଯୋଗ କରିଥିଲା। ଭାରତରେ କାର୍ଯ୍ୟ କରୁଥିବା ଚୀନର ଏକାଧିକ ଲୋନ୍‌ ବା ମୋବାଇଲ ଆପ୍‌ର ତଦନ୍ତ ସହିତ ଉକ୍ତ କ୍ରିପ୍ଟୋ‌ଏକ୍ସଚେଞ୍ଜର ତଦନ୍ତ ଜଡ଼ିତ ରହିଛି।

ବିଦେଶୀ ମୁଦ୍ରା ପରିଚାଳନା ଆଇନ (ଫେମା)ଉଲ୍ଲଂଘନ ଅଭିଯୋଗ ଇଡି ଗତବର୍ଷ ୱାଜିରଏକ୍ସ ନାମରେ ଆଣିଥିଲା। ଇଡି ସନ୍ଦେହ କରୁଛି ଯେ ଚୀନର କେତେକ ଅନଲାଇନ ଆର୍ଥିକ କମ୍ପାନି ବା ଲୋନ ଆପ୍‌ ସେମାନଙ୍କ ଲାଭକୁ କ୍ରିପ୍ଟୋ ଆସେଟ୍ କିଣିବାରେ ପ୍ରଥମେ ବିନିଯୋଗ କରିଛନ୍ତି। ପରେ ତାହାକୁ ବିଦେଶକୁ ପଠାଇଛନ୍ତି। ଅଧିକାଂଶ ପାଣ୍ଠି ୱାଜିରଏକ୍ସ ଏକ୍ସଚେଞ୍ଜକୁ ଯାଇଛି ଏବଂ ଯେଉଁ କ୍ରିପ୍ଟୋ ସଂପତ୍ତି ଏହା ମାଧ୍ୟମରେ କିଣାଯାଇଛି ତାହା ଅଜଣା ବିଦେଶୀ ୱାଲେଟକୁ ପଠାଯାଇଥିବା ଇଡି କହିଛି। ଆମେରିକା, କେମ୍ୟାନ ଆଇଲାଣ୍ଡ ଏବଂ ସିଙ୍ଗାପୁର ଭଳି ଦେଶର ସଂସ୍ଥା ସହିତ ଜାନାମାଇ ଲାବ୍‌ସ ରାଜିନାମା କରିଥିବା ତଦନ୍ତକାରୀ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe