କମିପାରେ ଖାଇବା ତେଲର ମୂଲ୍ୟ, ଖୁବ ଶୀଘ୍ର ସରକାର ନେଇପାରନ୍ତି ଏହି ବଡ ନିଷ୍ପତ୍ତି

Advertisment
କମିପାରେ ଖାଇବା ତେଲର ମୂଲ୍ୟ, ଖୁବ ଶୀଘ୍ର ସରକାର ନେଇପାରନ୍ତି ଏହି ବଡ ନିଷ୍ପତ୍ତି

News Unseen

ନୂଆଦିଲ୍ଲୀ: ଖାଇବା ତେଲର ମୂଲ୍ୟ ଏବେ ଲୋକଙ୍କୁ କନ୍ଦାଉଛି | ଆପଣ ବ୍ୟବହାର କରୁଥିବା ଖାଇବା ତେଲ ଏବେ ଆକାଶଛୁଆଁ ହୋଇଥିବାବେଳେ ଗତ ଆଠ ମାସ ମଧ୍ୟରେ ସୋରିଷ ତେଲ, ରିଫାଇନ ତେଲ ଏବଂ ପାମୋଲିନ ତେଲ ଭଳି ଖାଇବା ତେଲର ମୂଲ୍ୟ ୪୦-୫୦% ବୃଦ୍ଧି ପାଇଛି। କୋଭିଡ -୧୯ ଦ୍ୱାରା ସୃଷ୍ଟି ହୋଇଥିବା ସଙ୍କଟ ସମୟରେ ଏହା ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରିଛି | ତେବେ ଏହାକୁ ଦେଖି ସରକାର ଏବେ ଖାଇବା ତେଲ ମୂଲ୍ୟ କମାଇ ଗ୍ରାହକଙ୍କୁ କିଛି ରିହାତି ଦେବାକୁ ଯୋଜନା କରୁଛନ୍ତି | ମିଳିଥିବା ସୂଚନା ମୁତାବକ ତେଲ ପ୍ରସ୍ତୁତକାରୀ କମ୍ପାନୀ ମାନେ ଚାଁହୁଛନ୍ତି ଯେ ସରକାର ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରନ୍ତୁ ଯାହା ଦ୍ୱାରା ଗ୍ରାହକଙ୍କୁ କିଛି ଆଶ୍ବସ୍ତି ମିଳିପାରିବ ।

ପାମୋଲିନ ତେଲ, ସୂର୍ଯ୍ୟମୁଖୀ ତେଲ ଏବଂ ସୋୟା ତେଲ ଆମଦାନୀ ଉପରେ ସରକାର କୃଷି ଭିତ୍ତିଭୂମି ଏବଂ ବିକାଶ ସେସ୍ ହ୍ରାସ କରିପାରନ୍ତି। ସୂଚନା ଥାଉ କି ଯେ ବର୍ତ୍ତମାନ ଖାଇବା ତେଲର ମୂଲ୍ୟ ଗତ ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କୃଷି ଇନଫ୍ରା ବିକାଶ ଲକ୍ଷ୍ୟରେ ସରକାର ୨୦୨୧ ବଜେଟରେ ଆଗ୍ରି ସେସ୍ ଆରମ୍ଭ କରିଥିଲେ। ବର୍ତ୍ତମାନ ପାମୋଲିନ ତେଲ ଉପରେ ୧୭.୫୦ ପ୍ରତିଶତ ଏବଂ ସୂର୍ଯ୍ୟମୁଖୀ ଏବଂ ସୋୟାବିନ୍ ତେଲରେ ୨୦ ପ୍ରତିଶତ ଆଗ୍ରି ସେସ୍ ରହିଛି |

ଯଦି ଏଥିରେ ହ୍ରାସ ଘଟେ, ତା’ହେଲେ ଏହାର ମୂଲ୍ୟ କମ୍ ହେବ। ସରକାରଙ୍କ ରିପୋର୍ଟ ଅନୁଯାୟୀ ପାମୋଲିନ ତେଲ ୧୪୦ ଟଙ୍କା ଅତିକ୍ରମ କରିଛି। ଗତ ଏକ ବର୍ଷରେ ପାମୋଲିନ ତେଲ ୫୨ ପ୍ରତିଶତ ବୃଦ୍ଧି ପାଇଛି | ଗତ ବର୍ଷ ମେ ମାସର ପ୍ରଥମ ସପ୍ତାହରେ ଏହାର ମୂଲ୍ୟ ୮୭ ଟଙ୍କା ଥିଲା ଯାହା ଏବେ ୧୩୩ ​​ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ସୋୟାବିନ୍ ତେଲ ୫୦ ପ୍ରତିଶତ ମହଙ୍ଗା ହୋଇଛି। ଏହା ୧୦୫ ରୁ ୧୫୮ ଟଙ୍କାରେ ପହଂଚିଛି । ସୋରିଷ ତେଲ ୪୯ ପ୍ରତିଶତ ବୃଦ୍ଧି ପାଇ ୧୧୦ ଟଙ୍କା ତୁଳନାରେ ୧୬୪ ଟଙ୍କାରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe