Money9
ନୂଆଦିଲ୍ଲୀ: ଖାଇବା ତେଲ ଦାମ୍କୁ ନିୟନ୍ତ୍ରଣରେ ରଖିବା ଲାଗି ଏହାର ଆମଦାନି ଉପରେ ପ୍ରଦାନ କରାଯାଉଥିବା ଟିକସ ରିହାତିର ଅବଧିକୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସୁବିଧା ଅଗଷ୍ଟ ୩୧ ପରଠାରୁ ମିଳୁଛି। ତାହାର ଅବଧିକୁ ଆଉ ୬ ମାସ ବଢ଼ାଇବା ଲାଗି ନିଷ୍ପତ୍ତି ହୋଇଛି ବୋଲି ଖାଦ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।ମନ୍ତ୍ରାଳୟ ମତରେ, ବିଶ୍ବ ବଜାରରେ ଖାଇବା ତେଲ ଶସ୍ତା ହେବା ପରେ ଦେଶ ଭିତରେ ତାହାର ଦାମ୍ ହ୍ରାସ ପାଇଛି। ଏହା ସହିତ ଆମଦାନି ଟିକସ ହ୍ରାସ କରାଯାଇଥିବାରୁ ଖାଇବା ତେଲ ଦାମ୍ ହ୍ରାସ ହୋଇପାରିଛି।
Follow Us