ନୂଆଦିଲ୍ଲୀ: ଇଲାରି ପକ୍ଷରୁ ନୂଆ ‘ନାନୋଫୋନ୍ ସି’ର ବଜାର ପ୍ରବେଶ ଘୋଷଣା କରାଯାଇଛି। ଏହାକୁ ବିଶ୍ୱର ସବୁଠୁ ଛୋଟ ଜିଏସ୍ଏମ୍ ଫୋନ୍ କୁହାଯାଉଛି। ଏହି ନାନୋଫୋନ୍ର ଓଜନ ୩୦ ଗ୍ରାମ। ଏହି ଫୋନ୍ଟିରେ ବ୍ଲୁଟୁଥ୍ କଲ୍ ରେକର୍ଡର ସୁବିଧା ରହିଛି। ଏତଦ୍ବ୍ୟତୀତ ଏଥିରେ ଉଜ୍ଜ୍ୱଳ ରଙ୍ଗୀନ ଟିଏଫ୍ଟି ଡିସ୍ପ୍ଲେ, ୩୨ଜିବିର ମାଇକ୍ରୋ ଏସ୍ଡି ଏବଂ ମାଇକ୍ରୋସିମ୍ ସ୍ଲଟ ରହିଛି। ଏତଦ୍ବ୍ୟତୀତ ଏମ୍ପି୩ ପ୍ଲେୟର, ଏଫ୍ଏମ୍ ରେଡିଓ ଏବଂ ଆଲାର୍ମ ଭଳି ସୁବିଧା ରହିଛି। ଏହାର ମୂଲ୍ୟ ୨୯୯୯ ଟଙ୍କା ରହିଛି। ସ୍ୱତନ୍ତ୍ରଭାବେ ୟେରହା ଡଟ୍ କମ୍ େଓ୍ଵବସାଇଟ୍ରେ ଏହି ଫୋନ୍ ବିକ୍ରି ହେଉଛି। ଗ୍ରାହକଙ୍କ ପାଇଁ ଇଏମ୍ଆଇ ସୁବିଧା ମଧ୍ୟ ରହିଛି। ଗୋଲାପି ସୁନେଲି, କଳା ଏବଂ ରୁପେଲି ରଙ୍ଗରେ ଏହି ଫୋନ୍ ଉପଲବ୍ଧ ହେଉଛି।
ଇଲାରି ଆଣିଲା ‘ନାନୋ ଫୋନ୍ ସି’
Advertisment
Follow Us