ଏଣିକି ବରିଷ୍ଠନାଗରିକ ଓ ଅନ୍ତସତ୍ତ୍ୱା ମହିଳା ଇ-ଟିକେଟ ଜରିଆରେ ପାଇ ପାରିବେ ଲୋୟର ବର୍ଥ

ଏଣିକି ବରିଷ୍ଠନାଗରିକ ଓ ଅନ୍ତସତ୍ତ୍ୱା ମହିଳା ଇ-ଟିକେଟ ଜରିଆରେ ପାଇ ପାରିବେ ଲୋୟର ବର୍ଥ

ଚେନ୍ନାଇ: ଭାରତୀୟ ରେଳବାଇ କେଟରିଙ୍ଗ ଆଣ୍ଡ ଟୁଇରିଜିମ୍‌ କର୍ପୋରେସନ୍‌ ଲିମିଟେଡ(ଆଇଆରସିଟିସି) ଏକାକି ଯାତ୍ରା କରୁଥିବା ବରିଷ୍ଠ ନାଗରିକ ଏବଂ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଟାର ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ ଏଣିକି ଅନ୍‌ଲାଇନ୍‌ ଜରିଆରେ ବରିଷ୍ଠ ନାଗରିକ, ୪୫ବର୍ଷରୁ ଊର୍ଧ୍ୱ ମହିଳା ଓ ଅନ୍ତସତ୍ତ୍ୱା ଯାତ୍ରୀ ଲୋୟର ବର୍ଥ ସହଜରେ ପାଇ ପାରିବେ। ଜାନୁଆରି ୧୫ ତାରିଖରୁ ଆଇଆରସିଟିସିର ଶାଖା ରେଲେଓ୍ଵ ଇନ୍‌ଫରମେସନ୍‌ ସିଷ୍ଟମ (ସିଆର୍‌ଆଇଏସ୍‌) ଏବଂ ଇନ୍‌ଫରମେସନ୍‌ ଟେକ୍‌ନୋଲୋଜି ସପୋଟ ଅନ୍ତର୍ଗତ ଏହି ଲୋୟର ବର୍ଥ କୋଟା ଇ-ଟିକେଟ ବୁକିଂକୁ ସାମିଲ କରାଯାଇଛି।

publive-image

ଆଇଆରସିଟିସିର େଓ୍ଵବସାଇଟ ମାଧ୍ୟମରେ ଇ-ଟିକେଟ ବୁକିଂ କରିବା ସମୟରେ ବରିଷ୍ଠନାଗରିକ (ପୁରୁଷ ୬୦ବର୍ଷରୁ ଉର୍ଧ୍ୱ ଓ ମହିଳା ୪୫ବର୍ଷରୁ ଊର୍ଧ୍ୱ)ଙ୍କୁ ଲୋୟର ବାର୍ଥ କୋଟା ଜରିଆରେ ସୁବିଧାରେ ଲୋୟର ବର୍ଥ ହିଁ ଦିଆଯିବ। ଯଦି ଏହି ବାର୍ଥ ପୂର୍ବରୁ କେହି ବୁକିଂ କରି ଦେଇଛନ୍ତି ତେବେ ତାହାର ବିକଳ୍ପ ବାହାର କରାଯାଇ ଲୋୟର ବର୍ଥ ହିଁ ସୋମନଙ୍କୁ ଦିଆଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଜାରି କରାଯାଇଛି।

୨୦୧୬ ଏପ୍ରିଲରେ ବରିଷ୍ଠ ନାଗରିକଙ୍କୁ ଅପର ବର୍ଥ ଚଢ଼ିବାରେ ଅସୁବିଧାକୁ ଦେଖି ରେଲାବାଇ ସ୍ଲିପର କ୍ଲାସ୍‌ରେ ପ୍ରତି କୋଚରେ ୪ଟି ଲୋୟର ବର୍ଥ, ଓ ଏୟାର କଣ୍ଡିସନ୍‌ ଥ୍ରି-ଟାୟାର (୩ଏସି) ଓ ଏୟାର କଣ୍ଡିସନ୍‌ ଟୁ-ଟାୟାର(୨ଏସି)ରେ ପ୍ରତି କୋଚରେ ଦୁଇଟି ଲୋୟର ବର୍ଥ ଏକାକି ଯାତ୍ରା କରୁଥିବା ବରିଷ୍ଠ ନାଗରିକ, ୪୫ରୁ ଊର୍ଧ୍ୱ ବୟସର ମହିଳା ଓ ଅନ୍ତସତ୍ତ୍ୱା ଥିବା ଯାତ୍ରୀମାନଙ୍କ ପାଇଁ ସାମିଲ କରିଥିଲା।

publive-image

ତେବେ ପୂର୍ବରୁ ଯାତ୍ରୀ ଟିକେଟ ବୁକିଂ କରିବା ସମୟରେ ବରିଷ୍ଠ ନାଗରିକଙ୍କ ପାଇଁ ଲୋୟର ବର୍ଥ ଚୟନ କରିବାର ବିକଳ୍ପ ନଥିଲା। ଏଣିକି ଇ-ଟିକେଟ ବୁକିଂରେ ଏହି ବିକଳ୍ପକୁ ସାମିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe