ଇ-ସ୍କୁଟର ମହଙ୍ଗା, କମର୍ସିଆଲ୍‌ ଗ୍ୟାସ୍‌ ଶସ୍ତା

Advertisment
ଇ-ସ୍କୁଟର ମହଙ୍ଗା, କମର୍ସିଆଲ୍‌ ଗ୍ୟାସ୍‌ ଶସ୍ତା

ନୂଆଦିଲ୍ଲୀ: ଚଳିତ ମାସରେ ପ୍ରଥମ ଦିନରୁ ଦେଶରେ କେତେକ ନୂଆ ନିୟମ ଲାଗୁ ହୋଇଛି। ସରକାର ଦେଉଥିବା ସବ୍‌ସିଡି ହ୍ରାସ କରିଥିବାରୁ ଆଜିଠାରୁ ଇ-ସ୍କୁଟର ମହଙ୍ଗା ହୋଇଛି। ସେହି ସମୟରେ ୧୯ କେଜିଆ କମର୍ସିଆଲ୍ ସିଲିଣ୍ଡର ମୂଲ୍ୟରେ ଆଜି ୮୩ ଟଙ୍କା ୫୦ ପଇସାର ହ୍ରାସ ଘଟିଛି। ଆଜିଠାରୁ ଭାରତୀୟ ବ୍ୟାଙ୍କର ୧୦୦ ଦିନ, ୧୦୦ ପେ‌ମେଣ୍ଟ୍‌ ଅଭିଯାନ ଆରମ୍ଭ ହୋଇଛି। ଆଜିଠାରୁ ଡିସିଜିଆଇ ରପ୍ତାନି ହେଉଥିବା କଫ୍ ସିରପଗୁଡ଼ିକୁ ଯାଞ୍ଚ କରିବ। ଜୁନ୍ ମାସରେ କିନ୍ତୁ ଆହୁରି ବହୁତ କିଛି କାମ କରିବାର ଅଛି। ପାନ୍‌-ଆଧାର ଲିଙ୍କ୍ କରିବା ପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଇପିଏଫ୍‌ଓ ସଦସ୍ୟମାନଙ୍କ ଲାଗି ଅଧିକ ପେନ୍‌ସନ୍ ପାଇଁ ଆବେଦନ କରିବାର ସମୟ ସୀମା ଜୁନ୍ ୨୬ ପର୍ଯ୍ୟନ୍ତ ରହିଛି। ଜୁନ୍ ୩୦ ସୁଦ୍ଧା ବ୍ୟାଙ୍କଗୁଡ଼ିକୁ ଗ୍ରାହକଙ୍କ ସହିତ ନୂଆ ଲକର ଚୁକ୍ତି ସ୍ବାକ୍ଷର କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe