Image Courtesy of India Today
ନୂଆଦିଲ୍ଲୀ: ଧନୀ ତାଲିକାରେ ଆମାଜନର ମୁଖ୍ୟ ଜେଫ୍ ବେଜୋସ୍ଙ୍କ ପତିଆରା ଶେଷ ହୋଇଛି। ଆମେରିକାର ଇଲେକ୍ଟ୍ରିକ୍ ଯାନ ନିର୍ମାତା ‘ଟେସ୍ଲା’ର ମୁଖ୍ୟ ଏଲନ୍ ମସ୍କ ତାଙ୍କୁ ଏକ ନମ୍ବର ସ୍ଥାନରୁ ହଟାଇଛନ୍ତି। ମସ୍କ ବିଶ୍ବର ନୂଆ ଶ୍ରେଷ୍ଠ ଧନୀ ଭାବେ ଉଭା ହୋଇଛନ୍ତି। ଷ୍ଟକ ବଜାରରେ ଟେସ୍ଲାର ସେୟାର ମୂଲ୍ୟ ବୃଦ୍ଧି ପାଇବାରୁ ମସ୍କଙ୍କ ସମ୍ପତ୍ତି ବହୁତ ବଢ଼ିଛି। ଦକ୍ଷିଣ ଆଫ୍ରିକାରେ ଜନ୍ମ ଗ୍ରହଣ କରିଥିବା ଏହି ଇଞ୍ଜିନିୟର ସ୍ପେସ୍ଏକ୍ସ ନାମକ ମହାକାଶ ଗବେଷଣା ସଂସ୍ଥାର ସିଇଓ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ୨୦୧୭ ଅକ୍ଟୋବର ଠାରୁ ବେଜୋସ୍ ଧନୀ ତାଲିକା ଶୀର୍ଷରେ ଥିଲେ। ବିଗତ ୧୨ ମାସରେ ମସ୍କଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବଢ଼ିଛି। ଗତବର୍ଷ ତୁଳନାରେ ଟେସ୍ଲା ସେୟାର ମୂଲ୍ୟରେ ୭୪୩% ବୃଦ୍ଧି ହୋଇଥିବାରୁ ମସ୍କ ଏତେ ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ଟେସ୍ଲାରେ ତାଙ୍କର ୨୦% ଅଂଶଧନ ରହିଛି।
Follow Us