ଏଲନ ମସ୍କଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଅଛନ୍ତି ୫୪ ଜଣ ଫଲୋର୍ସ

Advertisment
ଏଲନ ମସ୍କଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଅଛନ୍ତି ୫୪ ଜଣ ଫଲୋର୍ସ

www.indiatoday.in

ନୂଆଦିଲ୍ଲୀ: ଆମେରିକୀୟ ଶିଳ୍ପପତି ଏଲନ ମସ୍କଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଗୁପ୍ତ ଆକାଉଣ୍ଟ୍‌ ଥିବ‌ା କଥା ସେ ସ୍ବୀକାର କରିଛନ୍ତି। ସେ ସ୍ବୀକାର କରିଛନ୍ତି ଯେ ସେହି ଆକାଉଣ୍ଟ୍‌ରେ ତାଙ୍କର ମାତ୍ର ୫୪ ଜଣ ଫଲୋର୍ସ ଅଛନ୍ତି।

ଆପଣ ଜାଣିଥିବେ ନିଶ୍ଚୟ ଯେ ମସ୍କଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ତାଙ୍କର ୧୦୨.୯ ମିଲିୟନ୍‌ ଫଲୋର୍ସ ଅଛନ୍ତି। ମାତ୍ର ବ୍ୟକ୍ତିଗତ ଭାବେ ଚଳାଉଥିବା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ର ଫଲୋର୍ସ ସଂଖ୍ୟା ମାତ୍ର ୫୪। ଜଣେ ବ୍ୟବହାରକାରୀ ସୋସିଆଲ୍‌ ମିଡିଆରେ ଲେଖିଥିଲେ ଯେ ଏଲନ ମସ୍କଙ୍କର ଇନ୍‌ଷ୍ଟାରେ ଜିରୋ ଫଲୋର୍ସ ଅଛନ୍ତି। ତାହାକୁ ସଂଶୋଧନ କରି ମସ୍କ ଜିରୋ ନୁହେଁ, ୫୪ ବୋଲି ଲେଖିଛନ୍ତି।

ମସ୍କ ଏପରି କହିନାହାନ୍ତି ଯେ ଲୋକଙ୍କ ସହ ଯୋଡ଼ି ହେବାରୁ ସେ କେବଳ ଟ୍ବିଟର୍‌କୁ ବିଶ୍ବାସ କରନ୍ତି। ମାତ୍ର ସେ କହିଛନ୍ତି କି ଗୋଟାଏ ମାଧ୍ୟମକୁ ଗୁରୁତ୍ବ ଦେଇ ତାହା ଜରିଆରେ ଲୋକଙ୍କ ସହ ଯୋଡ଼ି ହେବା ତାଙ୍କ ପାଇଁ ବେଶି ସହଜ।

ଆପଣ ଜାଣିଥିବେ ଯେ ସ୍ପାମ ଆକାଉଣ୍ଟର ତଥ୍ୟ ନଦେଇଥିବ‌ା ଅଭିଯୋଗ ଆଣି ଟ୍ବିଟର୍‌ ସହ ହୋଇଥିବା ଚୁକ୍ତିକୁ ଛିନ୍ନ କରିଛନ୍ତି ମସ୍କ। ଚୁକ୍ତି ଶେଷ ହେବା ପରେ ଏବେ ଏଭଳି କରିବା ପରେ ଟ୍ବଟର୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଧମକ ବି ଦେଇଥିଲା। ଟ୍ବିଟରରେ ସ୍ପାମ ଆକାଉଣ୍ଟର ସଂଖ୍ୟା ୫ ପ୍ରତିଶତରୁ କମ୍ ନହେବା ପର୍ଯ୍ୟନ୍ତ ଟ୍ୱିଟର ଡିଲକୁ ଆଗକୁ ନେବେ ନାହିଁ ବୋଲି କହିଥିଲେ ମସ୍କ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe