ଏହି କାରଣରୁ ଟିଟର୍‌ ବ୍ୟବହାରକାରୀଙ୍କୁ କ୍ଷମା ମାଗିଲେ ଏଲନ ମସ୍କ

Advertisment
ଏହି କାରଣରୁ ଟିଟର୍‌ ବ୍ୟବହାରକାରୀଙ୍କୁ କ୍ଷମା ମାଗିଲେ ଏଲନ ମସ୍କ

CNBC.com

ନୂଆଦିଲ୍ଳୀ: ଟ୍ବିଟର୍‌ରେ ଅନେକ କିଛି ଖୁବ୍ ଜଲ୍‌ଦି ବଦଳିବାରେ ଲାଗିଛି। ଏଲନ ମସ୍କ ଏହାକୁ କିଣିବା ପରେ ଲଗାତର କିଛି ନା କିଛି ପରିବର୍ତ୍ତନ କରି ଚାଲିଛନ୍ତି। କମ୍ପାନି ତା’ର କର୍ମଚାରୀମାନଙ୍କୁ ଛଟେଇ କରିବାରୁ ନେଇ ଡିଜାଇନ୍‌ ପରିବର୍ତ୍ତନ ଆଦି କରିବାରେ ଲାଗିଛି। ନିକଟରେ ମସ୍କ କହିଛନ୍ତି ଯେ ଖୁବ୍ ଶୀଘ୍ର ଟ୍ବିଟର୍‌ ଏକ ନୂଆ ଫିଚର୍‌ ଜାରି କରିବାକୁ ଯାଉଛି। ଏହା ଦ୍ବାରା କୌଣସି ବି ସଂସ୍ଥା ନିଜ ସହ ଜଡ଼ିତ ଆକାଉଣ୍ଟ୍‌କୁ ସହଜରେ ଚିହ୍ନିପାରିବେ।

ଏହାଛଡ଼ା ସେ ଏକ ଟ୍ବିଟର୍‌ରେ ବ୍ୟବହାରକାରୀଙ୍କୁ କ୍ଷମା ବି ମାଗିଛନ୍ତି। କିଛି ଦେଶରେ ଟ୍ବିଟର୍‌ ଖୁବ୍ ସ୍ଲୋ ହୋଇ ଯାଇଥିବା କାରଣରୁ ମସ୍କ କ୍ଷମା ମାଗିଥିବା ଜାଣିବାକୁ ମିଳିଛି। ସେ କ୍ଷମା ମାଗିବା ସହ ବ୍ୟବହାରକାରୀଙ୍କୁ ଖୁବ୍‌ ବଢ଼ିଆ ହୋମ୍‌ ଟାଇମ୍‌ଲାଇନ୍‌ ଦେଖିବାକୁ ମିଳିବ ବୋଲି ଆଶ୍ବାସନା ଦେଇଛନ୍ତି। ଯାହ‌ାଫଳରେ ବ୍ୟବହାରକାରୀଙ୍କ ଅଭିଜ୍ଞତା ଖୁବ୍ ଭଲ ରହିବ। ଗତ ସପ୍ତାହ‌ରେ ଟ୍ବିଟର୍‌ ବ୍ଲୁ ସବ୍‌ସ୍କ୍ରିପସନ୍‌ ଫିଚର ଜାରି କରିଥିଲା।

ବ୍ଲୁ ଟିକ୍ ବା ଭେରିଫାଏଡ ଆକାଉଣ୍ଟ ପାଇଁ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କଙ୍କ ମାସକୁ ୮ ଡଲାର ଚାର୍ଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଥିବା ସାମାଜିକ ଗଣମାଧ୍ୟମଗୁଡ଼ିକ ମଧ୍ୟରେ ଟ୍ବିଟର ସର୍ବୋତ୍କୃଷ୍ଟ। ତେବେ ଅଳ୍ପ କିଛି ଲୋକଙ୍କୁ କାହିଁକି ବ୍ଲୁ ଟିକ୍ ପ୍ରଦାନ କରାଯାଉଛି ଏବଂ ଅନ୍ୟମାନଙ୍କୁ ଏଥିରୁ ବଞ୍ଚିତ କରାଯାଉଛି ବୋଲି ଅନେକ ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି। ଅନ୍ୟମାନଙ୍କର ବାସ୍ତବରେ ସତ୍ତା ନାହିଁ କି ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe