ମୂଳ ଦର ସେୟାର୍‌ପିଛା ୫୪.୨୦ ଡଲାର୍‌ରେ ‘ଟୁଇଟର୍‌’ କିଣିବାକୁ ଏଲନ୍‌ ମସ୍କ୍‌ ପ୍ରସ୍ତୁତ

ମୂଳ ଦର ସେୟାର୍‌ପିଛା ୫୪.୨୦ ଡଲାର୍‌ରେ ‘ଟୁଇଟର୍‌’ କିଣିବାକୁ ଏଲନ୍‌ ମସ୍କ୍‌ ପ୍ରସ୍ତୁତ

Image Courtesy of NDTV

ସାନ୍‌ ଫ୍ରାନ୍‌ସିସ୍‌କୋ: ପ୍ରସ୍ତାବିତ ମୂଳ ଦର ୪୪ ବିଲିୟନ୍‌ ଡଲାର୍‌ରେ ଏଲନ୍‌ ମସ୍କ୍‌ ଟୁଇଟର୍‌ ଖରିଦ କରିବାକୁ ପ୍ରସ୍ତୁତ ବୋଲି ମଙ୍ଗଳବାର ଦିନ ନିଜେ ‘ଟୁଇଟର୍‌’ ସୁନିଶ୍ଚତ କରିଛି।

ସେୟାର୍‌ପିଛା ୫୪.୨୦ ଡଲାର୍‌ରେ ‘ଟୁଇଟର୍‌’କୁ ଖରିଦ କରିବେ ବୋଲି ସେ ପୂର୍ବରୁ ରାଜିନାମା ସ୍ବାକ୍ଷର କରିଥିଲେ। ଏବେ ସେହି ଦରରେ ସେ ‘ଟୁଇଟର୍‌’କୁ ଖରିଦ କରିବେ ବୋଲି ‘ଟୁଇଟର୍‌’କୁ ଲେଖିଥିବା ପତ୍ରରେ ମସ୍କ୍‌ ଉଲ୍ଲେଖ କରିଛନ୍ତି।

ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ‘ଟୁଇଟର୍‌ ଇନ୍‌ଭେଷ୍ଟର୍‌ ରିଲେସନ୍‌ସ୍‌’ (ନିବେଶକ ସମ୍ପର୍କ) ଲେଖିଛି: ମସ୍କ୍‌ଙ୍କ ତରଫରୁ ‘ଏସ୍‌ଇସି’ରେ ଦାଖଲ କରାଯାଇଥିବା ପତ୍ରଟି ଆମେ ପାଇଛୁ। ସେୟାର୍‌ପିଛା ୫୪.୨୦ ଡଲାର୍‌ରେ କିଣିବା ହେଉଛି କମ୍ପାନିର ଉଦ୍ଦେଶ୍ୟ।

publive-image Image Courtesy of Zee News

ଅକ୍ଟୋବର ୧୭ରେ ଡିଲାୱେର୍‌ କୋର୍ଟ ଶୁଣାଣି ପୂର୍ବରୁ ଏହା ହେଉଛି ‘ଟୁଇଟର୍‌’ ଖରିଦ ସଂକ୍ରାନ୍ତ ସଦ୍ୟତମ ଖବର। ଅଦାଲତରେ ଅକ୍ଟୋବର ୧୭ ତାରିଖ ଦିନ ଏହି ବହୁ-ବିଲିୟନ୍‌ ଡଲାର୍‌ ଖରିଦ ବିକ୍ରି ରାଜିନାମା ଉପରେ ତର୍କ-ବିତର୍କ ହେବାର ଅଛି।

ମଙ୍ଗଳବାର ରାତିରେ ଏଲନ୍‌ ମସ୍କ୍‌ ‘ଟୁଇଟ୍‌’ କରି ଲେଖିଥିଲେ, ‘ଟୁଇଟର୍‌’ ଖରିଦ କରିବା ହେଉଛି ‘ଏକ୍ସ୍‌’ ନାମରେ ‘ଏଭ୍ରିଥିଙ୍ଗ୍‌ ଆପ୍‌’ ତିଆରି କରିବା ନିମନ୍ତେ ତାଙ୍କ ପରିକଳ୍ପନାକୁ ତ୍ବରାନ୍ବିତ କରିବା।

ମସ୍କ୍‌ଙ୍କ ପତ୍ର ପାଇଥିବା ‘ଟୁଇଟର୍‌’ ମଧ୍ୟ ରାଜିନାମା ଅନୁସାରେ, ମୂଳ ଦରରେ ବ୍ୟାପାର ଶେଷ କରିବାକୁ ଆଗ୍ରହୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe