ପୁଣି ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ହେଲେ ଏଲନ୍‌ ମସ୍କ୍‌

Advertisment
ପୁଣି ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ହେଲେ ଏଲନ୍‌ ମସ୍କ୍‌

ନୂଆଦିଲ୍ଲୀ: ‘ଏଲ୍‌ଭିଏମ୍‌ଏଚ୍‌’ର ବର୍ଣ୍ଣାଡ୍‌ ଅର୍ଣ୍ଣଲ୍‌ଟ୍‌ଙ୍କୁ ଟପି ‘ଟେସ୍‌ଲା’ର ‘ସିଇଓ’ ଏଲନ୍‌ ମସ୍କ୍‌ ପୁଣି ବିଶ୍ବର ଶ୍ରେଷ୍ଠ ଧନୀ ବ୍ୟକ୍ତି ଭାବେ ପରିଗଣିତ ହୋଇଥିବା କଥା ‘ବ୍ଲୁମ୍‌ବର୍ଗ’ ରିପୋର୍ଟ କରିଛି।

ପ୍ୟାରିସ୍‌ ଟ୍ରେଡଙ୍ଗ୍‌ରେ ବୁଧବାର ଦିନ ଆର୍ଣ୍ଣଲ୍‌ଟ୍‌ଙ୍କ ‘ଏଲ୍‌ଭିଏମ୍‌ଏଚ୍‌’ର ସେୟାର୍‌ ୨.୬% ହ୍ରାସ ପାଇବାରୁ ‘ଏଲ୍‌ଭିଏମ୍‌ଏଚ୍‌’ର ବଜାର ମୂଲ୍ୟ ୧୦% ହ୍ରାସ ପାଇଲା। ଫଳରେ ୭୪ ବର୍ଷିୟ ଫରାସୀ ବ୍ୟବସାୟୀ ଆର୍ଣ୍ଣଲ୍‌ଟ୍‌ଙ୍କ ସମ୍ପତ୍ତିରୁ ଗୋଟିଏ ଦିନରେ ୧୧ ବିଲିୟନ୍‌ ଡଲାର୍‌ କମିଗଲା।

ସ୍ମରଣଯୋଗ୍ୟ, ‘ଲକ୍ଜୁରି ବ୍ରାଣ୍ଡ୍‌ ଲୁଇ ଭ୍ୟୁଟନ୍‌’ର ମୂଳ କମ୍ପାନି ‘ଏଲ୍‌ଭିଏମ୍‌ଏଚ୍‌’ ପ୍ରଥମେ ୨୦୨୨ ଡିସେମ୍ବରରେ ମସ୍କ୍‌ଙ୍କୁ ଅତିକ୍ରମ କରି ଆର୍ଣ୍ଣଲ୍‌ଟ୍‌ଙ୍କ ବିଶ୍ବର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହେବାର ଗୌରବ ଆଣି ଦେଇଥିଲା। ସେତେବେଳେ ମସ୍କ୍‌ଙ୍କ ‘ଟେସ୍‌ଲା’ର ସେୟାର୍‌ ଦର ଦ୍ରୁତ ବେଗରେ ନିମ୍ନଗାମୀ ‌ହେଉଥିଲା।

publive-image Image Courtesy of India Today

ବିଶ୍ବର ସବୁଠୁ ଦାମୀ ଇଲେକ୍ଟ୍ରିକ୍‌ଯାନର ନିର୍ମାତା ଏଲନ୍‌ ମସ୍କ୍‌ ୪୪ ବିଲିୟନ୍‌ ଡଲାର୍‌ ବିନିମୟରେ ଖରିଦ କରିଥିବା ‘ଟୁଇଟର୍‌’ ଆଡ଼େ ଅଧିକ ଧ୍ୟାନ ଦେବାରୁ ତାଙ୍କର ସେୟାର୍‌ ହୋଲ୍‌ଡର୍‌ମାନଙ୍କର ‘ଟେସ୍‌ଲା’ ସେୟାର୍‌ ପ୍ରତି ଆଗ୍ରହ ରହିଲା ନାହିଁ। ଫଳରେ ଗତବର୍ଷ ତାଙ୍କ ସମୁଦାୟ ସମ୍ପତ୍ତି ୨୦୦ ବିଲିୟନ୍‌ ଡଲାର୍‌ ତଳକୁ ଖସିଗଲା।

କିନ୍ତୁ, ଚଳିତ ବର୍ଷ ‘ଟେସ୍‌ଲା’ ସେୟାର୍‌ ବ୍ୟବସାରେ ଏପର୍ଯ୍ୟନ୍ତ ୬୬% ଉନ୍ନତି କରିବାରୁ ମସ୍କ୍‌ଙ୍କ ସମ୍ପତ୍ତିର ମୂଲ୍ୟ ୫୫.୩ ବିଲିୟନ୍‌ ବୃଦ୍ଧି ପାଇଛି ବୋଲି ‘ବ୍ଲୁମ୍‌ବର୍ଗ’ ରିପୋର୍ଟ କରିଛି। ଏହାକୁ ମିସାଇ ମସ୍କ୍‌ଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୯୨.୩ ବିଲିୟନ୍‌କୁ ବୃଦ୍ଧି ପାଇଛି ବୋଲି ‘ବ୍ଲୁମ୍‌ବର୍ଗ ବିଲିଅନେରିଜ୍‌ ଇଣ୍ଡେକ୍ସ୍‌’ରେ ଉଲ୍ଲେଖ କରାଯାଇଛି।

ଏବେ ଆର୍ଣ୍ଣଲ୍‌ ସମୁଦାୟ ୧୮୬.୬ ବିଲିୟନ୍‌ ଡଲାର୍‌ ସମ୍ପତ୍ତି ସହ ଏହି ସୂଚକାଙ୍କର ଦ୍ବିତୀୟ ସ୍ଥାନରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe