ଟ୍ବିଟର କିିଣିବା ପାଇଁ ନିଜ ପକେଟରୁ ୧,୧୪,୬୬୪କୋଟି ଟଙ୍କା ଖର୍ଚ୍ଚ କରିବେ ଏଲନ ମସ୍କ !

Advertisment
ଟ୍ବିଟର କିିଣିବା ପାଇଁ ନିଜ ପକେଟରୁ ୧,୧୪,୬୬୪କୋଟି ଟଙ୍କା ଖର୍ଚ୍ଚ କରିବେ ଏଲନ ମସ୍କ !

ndtv

ସାନ୍‌ ଫ୍ରାନସିସ୍‌କୋ: ବିଦ୍ୟୁତ ଯାନ ଟେସଲା ଏବଂ ମହାକାଶ ଯାନ ପ୍ରେରଣ କମ୍ପାନି ସ୍ପେସଏକ୍ସର ପ୍ରତିଷ୍ଠାତା ଏଲନ ମସ୍କଙ୍କ ନଜର ଏବେ ଟ୍ବିଟର ଉପରେ ପଡ଼ିଛି। ସେ ଟ୍ବିଟରକୁ କିଣିବା ପାଇଁ ଆଗେଇ ଆସିଛନ୍ତି। ଏଥିପାଇଁ ସେ ନିଜଆଡ଼ୁ ପ୍ରଥମେ ୪୧୦୦ କୋଟି ଡଲାର ମୂଲ୍ୟର ଏକ ପ୍ରସ୍ତାବ ଦେଇଥିବା ବେଳେ ଏବେ ନିଜ ପକେଟରୁ ୧,୧୪,୬୬୪କୋଟି ଟଙ୍କା ଖର୍ଚ୍ଚ କରି ଟ୍ବିଟର କିଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ୪୧୦୦ କୋଟି ଡଲାର ଅଫର ଟ୍ବିଟର ଖାରଜ କରିବା ପରେ ଏବେ ପୁଣି ଥରେ ୭୬,୪୩୫ରୁ ୧,୧୪,୬୬୪କୋଟି ଟଙ୍କା ଖର୍ଚ୍ଚ କରି ଟ୍ବିଟର କିଣିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ବିଭିନ୍ନ ସୂତ୍ରରୁ ଏହି ସୂଚନା ମିଳୁଥିବା ବେଳେ ଏହି ଖବରକୁ ନେଇ ମସ୍କଙ୍କ ପକ୍ଷରୁ କିଛି କୁହାଯାଇନାହିଁ।

କିଛିଦିନ ପୂର୍ବରୁ ‌ମସ୍କ ଟ୍ବିଟରରେ ୯.୨ ପ୍ରତିଶତ ଅଂଶଧନ କିଣିଥିବା ସର୍ବ ସାଧାରଣରେ ପ୍ରକାଶ କରିଥିଲେ। ଏହାପରେ ତାଙ୍କୁ କମ୍ପାନି ପକ୍ଷରୁ ବୋର୍ଡରେ ନିର୍ଦ୍ଦେଶକ ହେବାର ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ମସ୍କ ବର୍ତ୍ତମାନ ଟ୍ବିଟରର ସର୍ବାଧିକ ଅଂଶଧନ ରଖିଥିବା ବ୍ୟକ୍ତି ଅଛନ୍ତି। ତେବେ ସେ ପ୍ରଥମେ ଟ୍ବିଟରକୁ କିଣିବା ପାଇଁ ସେୟାର ପିଛା ୫୪.୨୦ ଡଲାର ଦେବାପାଇଁ ପ୍ରସ୍ତାବ ଦେଇଥିଲେ।

 indiatoday

କିଣିବାର ପ୍ରସ୍ତାବ ଦେଇ ସେ କହିଥିଲେ ଯେ, ପୁଞ୍ଜି ବିନିଯୋଗ କରିବା ପରଠାରୁ ମୁଁ ଅନୁଭବ କରୁଛି ଯେ ବର୍ତ୍ତମାନର ରୂପରେଖରେ ଟ୍ବିଟର କୌଣସି ସାମାଜିକ ଆବଶ୍ୟକତାକୁ ପୂରଣ କରିବ ନାହିଁ। ଏକ ଘରୋଇ କମ୍ପାନି ଭାବେ ଟ୍ବିଟରର ରୂପାନ୍ତରଣ ଆବଶ୍ୟକ। ସାମାଜିକ ଗଣମାଧ୍ୟମ ମଞ୍ଚର ରହିଥିବା ଅସାଧାରଣ ସାମର୍ଥ୍ୟକୁ ଉନ୍ମୋଚନ କରିବାରେ ସେ ହିଁ ଉପଯୁକ୍ତ ‌ବ୍ୟକ୍ତି ବୋଲି କହିଥିଲେ। ମସ୍କଙ୍କ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖି ଟ୍ବିଟର କହିଥିଲା ଯେ, ଟେସଲା ମୁଖ୍ୟ ଏଲନ ମସ୍କ ଦେଇଥିବା ଅବାଞ୍ଛିତ ଏବଂ ଅଣବାଧ୍ୟବାଧକତା ପ୍ରସ୍ତାବକୁ କମ୍ପାନିର ବୋର୍ଡ ଯତ୍ନର ସହିତ ମୂଲ୍ୟାୟନ କରିବ। କମ୍ପାନି ଏବଂ ଅଂଶଧନଧାରୀମାନଙ୍କ ସର୍ବୋତ୍କୃଷ୍ଟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ପ୍ରସ୍ତାବର ସମୀକ୍ଷା କରିବ। ହେଲେ ପରେ ଟ୍ବିଟର ମସ୍କଙ୍କ ପ୍ରସ୍ତାବକୁ ଖାରଜ କରିଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe