ଏଲନ୍ ମସ୍କଙ୍କୁ ଲିଗାଲ ନୋଟିସ୍ ପଠାଇଲା ଟୁଇଟର, ବାତିଲ ହେବ କି ଡିଲ୍?

Advertisment
ଏଲନ୍ ମସ୍କଙ୍କୁ ଲିଗାଲ ନୋଟିସ୍ ପଠାଇଲା ଟୁଇଟର, ବାତିଲ ହେବ କି ଡିଲ୍?

ndtv

ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ୍ ମସ୍କ ଏବଂ ଟ୍ୱିଟର ମଧ୍ୟରେ ହୋଇଥିବା ଡିଲକୁ ନେଇ ଲଗାତାର ବିବାଦ ଦେଖା ଦେଉଛି। ପ୍ରତିଦିନ କିଛି ନା କିଛି ଅସୁବିଧା ହେଉଥିବା ବେଳେ ସାମୟିକ ଭାବେ ଟ୍ବିଟର ଡିଲକୁ ସ୍ଥଗିତ ରଖିଛନ୍ତି ଏଲନ ମସ୍କ। ବର୍ତ୍ତମାନ ଟୁଇଟରର ଲିଗାଲ୍ ଟିମ୍ ତାଙ୍କୁ ଏକ ନୋଟିସ୍ ପଠାଇଥିବା ଜଣାପଡ଼ିଛି। ନନ୍ ଡିସକ୍ଲୋଜର ଏଗ୍ରୀମେଣ୍ଟର ଉଲଂଘନ ପାଇଁ ତାଙ୍କୁ ଟ୍ବିଟର ନୋଟିସ୍ ପଠାଇଥିବା ମସ୍କ କହିଛନ୍ତି।

ଏଲନ୍ ମସ୍କ ଟ୍ୱିଟ କରି ଲେଖିଛନ୍ତି ଯେ, ଟୁଇଟର ଲିଗାଲ୍ ଟିମ୍ ମୋତେ ଫୋନ କରି ଅଭିଯୋଗ କରିଛନ୍ତି କି ମୁଁ ନନ୍ ଡିସକ୍ଲୋଜର ଏଗ୍ରୀମେଣ୍ଟର ଉଲଂଘନ କରିଛି। ସର୍ବସାଧାରଣରେ ବୋଟ ଚେକ ନମୁନା ଆକାର ୧୦୦କୋଲି କହିଥିବାରୁ ମୋତେ ନୋଟିସ ପଠାଯାଇଛି। ଟ୍ୱିଟର ଚୁକ୍ତିକୁ ଅସ୍ଥାୟୀ ଭାବେ ବନ୍ଦ କରିବା ପରେ ମସ୍କ କହିଥିଲେ ଯେ, ତାଙ୍କ ଟିମ୍ ଟ୍ୱିଟର ଆକାଉଣ୍ଟର ୧୦୦ ଅନୁସରଣକାରୀଙ୍କ ମନଇଚ୍ଛା ନମୁନା ସଂଗ୍ରହ କରିବେ। ମସ୍କଙ୍କ ଏହି ବୟାନ ପରେ ତାଙ୍କୁ ଟ୍ବିଟରର ଲିଗାଲ ଟିମ ନୋଟିସ ପଠାଇଛି।

ତେବେ ଏହା ପୂର୍ବରୁ ମସ୍କ କରିଥିବା ଟ୍ବିଟରେ ଲେଖିଥିଲେ ଯେ, ସ୍ପାମ୍ କିମ୍ବା ନକଲି ଆକାଉଣ୍ଟ୍ ଗଣନା ଉପରେ ତଥ୍ୟ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନ ଥିବାରୁ ଟ୍ୱିଟର ଡିଲକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ମାସରେ ସୋସିଆଲ ମିଡିଆ କମ୍ପାନି ଟ୍ୱିଟର ଏଲନ୍ ମସ୍କକୁ ୪୪ ବିଲିୟନ ଡଲାରରେ ନିଜର ପ୍ରତି ସେୟାର ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରେ ସୋସିଆଲ ମିଡିଆ କମ୍ପାନି ଟ୍ୱିଟରର ସେୟାର ୨୦% ହ୍ରାସ ପାଇଛି। ଟ୍ୱିଟର ଏହି ବିଷୟରେ କୌଣସି ମନ୍ତବ୍ୟ ଦେଇନାହିଁ।

ଏଲନ୍ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲାର ସିଇଓ ଅଟନ୍ତି। ପ୍ଲାଟଫର୍ମରୁ ସ୍ପାମ୍ ଓ ନକଲି ଟ୍ବିଟର ଆକାଉଣ୍ଟକୁ ହଟାଇବା ତାଙ୍କର ପ୍ରଥମ ପ୍ରାଥମିକତା ହେବ ବୋଲି ସେ ଟ୍ବିଟର କିଣିବା ପରେ କହିଥିଲେ। ଏହି କାରଣ ପାଇଁ ହିଁ ସେ ଟ୍ୱିଟର ଡିଲକୁ ସାମୟିକ ସ୍ଥଗିତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe